ଆଜି କଲାମ ହ୍ୱିଲର ଦୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ! ସକାଳ ୭ଟାରୁ ୧୦ଟା ଭିତରେ କରାଯିବ ଉତକ୍ଷେପଣ

32

କନକ ବ୍ୟୁରୋ : ଆଜି ଧାମରାସ୍ଥିତ କଲାମ ହ୍ୱିଲର ଦୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ହେବ । ସକାଳ ୭ଟାରୁ ୧୦ଟା ମଧ୍ୟରେ ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଛି । ଅଗ୍ନି-୨ ହେଉଛି ମଧ୍ୟ ଦୂରଗାମୀ ବାଲାଷ୍ଟିକ ମିସାଇଲ୍ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୋ÷ଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭାରତ ଡାଇନାମିକ୍ ଲିମିଟେଡ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ମିସାଇଲର ଲମ୍ବ ୨୧ ମିଟର, ମୋଟେଇ ୧.୩ମିଟର ଓଜନ ୧୬ହଜାର କିଲୋଗ୍ରାମ ରହିଛି ।

ଏହା ୧୫ଶହରୁ ୨ହଜାର ୫୦୦ କିଲୋଗ୍ରାମ ପାରମ୍ପରିକ କିମ୍ବା ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି । ଅଗ୍ନି-୨ କ୍ଷେପଣାସ୍ତ୍ର ସେକେଣ୍ଡ ପ୍ରତି ୩.୯କିଲୋମିଟର ବେଗରେ ଗତି କରି ପରିବ । ଏହି କ୍ଷେପଣାସ୍ତ୍ରକୁ ଯେ କୌଣସି ରେଲ ମୋବାଇଲ୍ ଲଂଚରରୁ ଉତକ୍ଷେପଣ କରାଯାଇପାରିବ । ଏହା ଅଢ଼େଇ ଷ୍ଟେଜ୍ କଠିନ ଇନ୍ଧନ ଆବଶ୍ୟକ କରେ । ଏହାର ମାରକ କ୍ଷମତା ୨ହଜାରରୁ ୩ହଜାର କିଲୋମିଟର ଦୂରତ୍ୱ ଅତିକ୍ରମ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।