ଆଜି ଅଗ୍ନି-୧ କ୍ଷେପଣାସ୍ତ୍ରର ହେବ ବ୍ୟବହାରିକ ପରୀକ୍ଷଣ

19

ଚାନ୍ଦବାଲି : ଆଜି ଅଗ୍ନି-୧କ୍ଷେପଣାସ୍ତ୍ରର ହେବ ବ୍ୟବହାରିକ ପରୀକ୍ଷଣ । ଏ.ପି.ଜେ. ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଂଚ ପ୍ୟାଡରୁ ଅଗ୍ନି -୧ର ପରୀକ୍ଷଣ କରାଯିବ । ପରମାଣୁ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କ୍ଷମତା ରଖିଛି । ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ଅଗ୍ନି-୧ର ଲମ୍ବ-୪.୮ମିଟର ହୋଇଥିବା ବେଳେ ମୋଟେଇ ୧.୩ ମିଟର ରହିଛି ।

୧୨ଶହ କିଲୋଗ୍ରାମ ଓଜନର ଏହି କ୍ଷେପଣାସ୍ତ୍ର ୨ଟନ୍ ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । କେବଳ ଏତିକି ନୁହେଁ, ଅଗ୍ନୀ-୧ ୭୦୦ରୁ ୧୨୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟକୁ ଭେଦ କରିପାରିବ । ୨୦୧୦ ଡ଼ିସେମ୍ବର ୧୦ତାରିଖରେ ଅଗ୍ନି-୧ର ପ୍ରଥମ ପରୀକ୍ଷଣ କରାଯାଇଥିଲା । ତେବେ ତାହା ବିଫଳ ହୋଇଥିଲା ।

ପରେ ପୁଣି ୨୦୧୫ ନଭେମ୍ବର ୨୭ତାରିଖରେ ସଫଳ ପରୀକ୍ଷଣ ହୋଇଥିଲା । ଆଜି ଏହାର ପୁନଃ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣ ସଫଳ ହେଲେ ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଅତିକ୍ରମ କରିବ ।

ଏ.ପି.ଜେ. ଅବଦୁଲ କାଲାମ ହୁଇଲର ଦ୍ୱୀପରୁ ୨୦୧୧ ନଭେମ୍ବର ୧୫ରେ ଅଗ୍ନି-୨, ୨୦୧୨ ସେପ୍ଟେମ୍ବର ୧୯ରେ ଅଗ୍ନି-୩, ୨୦୧୪ ଜାନୁୟାରୀ ୨୦ରେ ଅଗ୍ନି-୪ ଓ ସେହି ବର୍ଷ ଡ଼ିସେମ୍ବର୨ରେ ଅଗ୍ନି-୫ ସଫଳ ପରୀକ୍ଷଣ ହୋଇଥିଲା ।