ଜୋସ୍ ଆଗରେ ହାର୍ ମାନିଲା ବାର୍ଦ୍ଧକ୍ୟ ! ୮୧ ବର୍ଷୀୟା ବୃଦ୍ଧା ମହିଳା ଜିତିଲେ ୨୦୦ ମିଟର ଦୌଡ଼ ପ୍ରତିଯୋଗୀତା  । 

164

କର୍ଣ୍ଣାଟକର ବାଙ୍ଗାଲୋର୍ ଠାରେ ବୟସ୍କା ମହିଳାଙ୍କ  ମଧ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ତେବେ ଏହା କୌଣସି ଦୌଡ ପ୍ରତିଯୋଗିତା ନୁହେଁ ଜୋର୍ ଜୋର୍ ରେ ଚାଲିବାର ପ୍ରତିଯୋଗୀତା ଥିଲା । କର୍ଣ୍ଣାଟକ ସରକାର ‘ବିଶ୍ୱ ବାର୍ଦ୍ଧକ୍ୟ ଦିବସ’ ଉପଲକ୍ଷେ ୧୦୦ ରୁ ୨୦୦ ମିଟରର ଏକ ଚାଲିବା ପ୍ରତିଯୋଗୀତାର ଆୟୋଜନ କରିଥିଲେ । ଯେଉଁଥିରେ ୨୫୦ ଜଣ ବୃଦ୍ଧ ମହିଳା ଯୋଗ ଦେଇ ବୟସକୁ କେବଳ ଏକ ନମ୍ବର ଭାବେ ତୁଳନା କରିଥିଲେ । ତେବେ ବଡ଼ କଥା ହେଉଛି ଏହି ପ୍ରତିଯୋଗୀତାରେ ଜଣେ ୮୧ ବର୍ଷ ବୟସର ବୟସ୍କା ମହିଳା ବିଜୟ ହାସଲ କରି ଚର୍ଚ୍ଚା ସାଉଁଟିଛନ୍ତି ।

୮୧ ବର୍ଷୀୟା ଲଲିଥମ୍ମା ୨୦୦ ମିଟରର ପ୍ରତିଯୋଗୀତା ଜିତିଥିବା ବେଳେ ୭୨ ବର୍ଷର ସରୋଜମ୍ମା  ୧୦୦ ମିଟର ରେସ୍ ଜିତିଛନ୍ତି । ଆପଣଙ୍କୁ କହିରଖୁଛୁ ‘ବିଶ୍ୱ ବାର୍ଦ୍ଧକ୍ୟ ଦିବସ’ ଅକ୍ଟୋବର ୧ ତାରିଖଠାରୁ ହେବାକୁ ଯାଉଛି । ଯେଉଁଥିପାଇଁ ବାଙ୍ଗାଲୋର୍ କାନ୍ତିବାରା ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଲଲିଥମ୍ମା ପ୍ରତିଦିନ ଏକ ଘଣ୍ଟା ଚାଲନ୍ତି ଯାହା ତାଙ୍କ ଶରୀରକୁ ପରିଣତ ବୟସରେ ବି ଏତେ ଫୁର୍ତ୍ତୀ ଆଣିଦେଇଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପିକା ଲଲିଥମ୍ମା ପରିଣତ ବୟସରେ ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ୧୦୦ ମିଟର ରେସ୍ ଜିତିଥିବା ସରୋଜମ୍ମା  କୁହନ୍ତି ତାଙ୍କ ସନ୍ତାନ ପରିଣତ ବୟସରେ ବୃଦ୍ଧା ଭାବି ତାଙ୍କ ସହ ଭଲ ବ୍ୟବହାର ଦେଖାଇଲେ ନାହିଁ । ଆଉ ନିଜ ଆତ୍ମସମ୍ମାନକୁ ବଂଚାଇବାକୁ ଯାଇ ସେ ଘର ଛାଡି ବୃଦ୍ଧାଶ୍ରମରେ ରହି ଏଭଳି ପ୍ରତିଯୋଗୀତାରେ ଭାଗ ନେଲେ । ତେବେ ଚାଲିବା ସମୟରେ ସରୋଜମ୍ମା ଗୋଡରେ ପଟି ବାନ୍ଧି ଜିତିଥିବାର ଖବର ସୂତ୍ରରୁ ମିଳିଛି ।