ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ପଛରେ ନକ୍ସଲଙ୍କ ହାତ ଥିବା ଆଶଙ୍କା: ବିସ୍ଫୋରଣ କରି ରେଳଧାରଣା ଉଡାଇବା ପରେ ଘଟିଲା ଦୁର୍ଘଟଣା

24

କନକ ବ୍ୟୁରୋ : ନକ୍ସଲ ଅଧ୍ୟୁଷିତ ଅଂଚଳରେ ବଡ ଧରଣର ଟ୍ରେନ ଦୁର୍ଘଟଣା ପଛରେ ରହସ୍ୟ କଣ? ଜାନୁୟାରୀ ୨୬ ପୁର୍ବରୁ ନକ୍ସଲଙ୍କ ଆତ୍ମଘାତୀ କାର୍ଯ୍ୟ ନୁହେଁ ତ । ରେଳଧାରଣାକୁ କ୍ଷତି ପଂଚାଇବା ଉଦ୍ୟମ କରାଯାଇଥିବା ଆଶଙ୍କା ପ୍ରକାଶ କରିଛନ୍ତି ରେଳବାଇର ବରିଷ୍ଠ ଅଧିକାରୀ । ଦୁର୍ଘଟଣା ଘଟିଛି କୁନେରୁ ମାଓ ପ୍ରବଣ ଅଂଚଳ । ତେବେ ଏହି ଟ୍ରାକ୍ ଦେଇ କିଛି ସମୟ ପୂର୍ବରୁ ଏକ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ଯାଇଥିଲା । ଏପରିକି ଦୁର୍ଘଟଣା ପୂର୍ବରୁ ଟ୍ରେନ ଚାଳକ ବଡଧରଣର ଶବ୍ଦ ଶୁଣିଥିବା କହିଛନ୍ତି । ରେଳୱେ ସେଫଟି କମିଶନର ଘଟଣାର ତଦନ୍ତ କରୁଛନ୍ତି ।