କନକ ବ୍ୟୁରୋ : ପ୍ରବଳ ବର୍ଷା ଭିତରେ ଧାରଣା ଦେଇଛନ୍ତି ଅଙ୍ଗନୱାଡି ଦିଦି । ମାସକୁ ଚାରି ହଜାର ଟଙ୍କା ପାଉଥିବା ଅଙ୍ଗନୱାଡି ଦିଦି ଦରମା ବଢାଇବା ଦାବିରେ ଗତ ୨୫ ଦିନ ହେଲା ଭୁବନେଶ୍ୱରରେ ଆନ୍ଦୋଳନରେ ବସିଛନ୍ତି । କିନ୍ତୁ ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମନାକୁ ଆସିଛି,
Kanak News is now on WhatsApp
Join and get latest news updates delivered to you via WhatsApp
୧୯୭୫ ମସିହାରେ ଆରମ୍ଭ ହୋଇଥିଲା ଅଙ୍ଗନୱାଡି ଯୋଜନା । କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାରେ ଏହି ଦିଦିମାନେ ଟୀକାକରଣ, ସ୍ୱାସ୍ଥ୍ୟ ସଚେତନତାଠୁ ଆରମ୍ଭ କରି ଶିଶୁଙ୍କୁ ଶିକ୍ଷାଦାନ ଓ ଶିଶୁ ମୃତ୍ୟୁହାର କମେଇବା ଦିଗରେ କାମ କରନ୍ତି । କିନ୍ତୁ ଯେତେବେଳେ ସେମାନଙ୍କ ପ୍ରତି ସରାକରୀ ଦାୟିତ୍ୱ କଥା ଉଠେ, ସେତେବେଳେ ମୁହଁ ମୋଡି ନିଅନ୍ତି ସମସ୍ତେ ।
ମାଟ୍ରିକ୍ ପାସ କରି ଗାଁରେ ଅଙ୍ଗନୱାଡି ଦିଦି ଭାବେ କାମ କରୁଥିବା ଏହି ମହିଳାମାନେ ନାରୀ ଶସକ୍ତିକରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କୁହାଯାଏ । ଆଉ ଯଦି ଏମାନଙ୍କ ପ୍ରତି ସରକାର କିମ୍ବା ରାଜନୈତିକ ଦଳ ସହୃଦୟତା ନଦେଖାଇବେ, ତେବେ ଏମାନେ ଯିବେ କୁଆଡେ ?