କେନ୍ଦ୍ରାପଡା : ରାଜକନିକା ଓଳାଭ ମାର୍କେଟରେ ମଦ ବିରୋଧି ଆନ୍ଦୋଳନକୁ ଆସିଥିବା ମହିଳାଙ୍କୁ ଆକ୍ରମଣ

40

କନକ ବ୍ୟୁରୋ : ମଦ ବିରୋଧି ଆନ୍ଦୋଳନକୁ ଆସିଥିବା ମହିଳାଙ୍କୁ ଆକ୍ରମଣ । ମଦଭାଟି ଭାଙ୍ଗିବା ବେଳେ ମହିଳାଙ୍କୁ ଠେଙ୍ଗାରେ ଆକ୍ରମଣ କରିଛନ୍ତି ମଦ ମାଫିଆ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ଓଳାଭର ମାର୍କେଟରେ । ଓଳାଭର ଛକରେ ଥିବା ଦେଶି ମଦଭାଟି ଭାଙ୍ଗିବା ବେଳେ ମହିଳାଙ୍କୁ ଆକ୍ରମଣ କରିଛନ୍ତି ମଦ ବ୍ୟବସାୟୀ ।

ଏଥିରେ ୫ରୁ ଅଧିକ ମହିଳା ଆହତ ହୋଇଛନ୍ତି । ମହିଳାଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିବା ପରେ ଠେଙ୍ଗାରେ ଆକ୍ରମଣ କରିଥିଲେ ଭାଟି କର୍ମଚାରୀ । ତେବେ ଏହାପରେ ତାତି ଉଠିଥିଲେ ଆନ୍ଦୋଳନକାରୀ । ଭାଟି କର୍ମଚାରୀଙ୍କ ଆକ୍ରମଣର ପ୍ରତିବାରଦେ ପୋଡାଜଳା କରିଛନ୍ତି ଉତ୍ୟକ୍ତ ମହିଳା ।