ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସର ସଜବାଜ ! ଜୁନ୍ ୪ରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

26

କନକ ବ୍ୟୁରୋ: ଜୁନ୍ ୪ରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିରୋଧୀଦଳର ମୁଖ୍ୟ ମାନଙ୍କୁ ନେଇ ରାହୁଲ ଏହି ବୈଠକ ଡକାଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ୍ କରିବା ପାଇଁ ଲଗାତର ପ୍ରୟାସ ଚଳାଇଛି କଂଗ୍ରେସ । ଆଉ ଯେଉଁଥି ପାଇଁ ଜୁନ୍ ୪ରେ ଏକ ବଡ଼ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଛି କଂଗ୍ରେସ ।

ପାଖାପାଖି ୧୪ଟି ରାଜନୈତିକ ଦଳର ମୁଖ୍ୟଙ୍କୁ ଏହି ବୈଠକରେ ଯୋଗ ଦେବାକୁ ଆମନ୍ତ୍ରିତ କରାଯାଇଛି । ବୈଠକରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏହି ବୈଠକରେ ଯୋଗ ଦେବେ । ଖାଲି ସେତିକି ନୁହେଁ ବୈଠକକୁ ରାହୁଲ ଓ ଅଖିଳେଶ ମିଳିତଭାବେ ସମ୍ବୋନ୍ଧିତ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ।