ପୁଣି ଥରେ ପରସ୍ପରର ନିକଟବର୍ତ୍ତୀ ହେଲେ ହରମନ ବାୱେଜା ଓ ଶମିତା ସେଟ୍ଟୀ

71

ବଲିଉଡ ଅଭିନେତା ହରମନ ବାୱେଜାଙ୍କ ପେଶାଦାର ଜୀବନରେ ଭଲ ପ୍ରଦର୍ଶନ କରି ନପାରିଲେ ମଧ୍ୟ ସେ ନିଜର ପ୍ରେମ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ । ବିଗତ ଦିନରେ ବିପାଶା ବାସୁ ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ ହରମନଙ୍କ ନାମ ଯୋଡାଯାଇଥିଲା । କିନ୍ତୁ ବେଶୀ ଦିନ ଏସଂପର୍କ ଚାଲିପାରି ନଥିଲା । ଏବେ ପୁଣି ଥିରେ ହରମନ ତାଙ୍କର ପ୍ରେମସଂପର୍କକୁ ନେଇ ହେଡଲାଇନରେ ଅଛନ୍ତି । ଖବର ଅନୁସାରେ ହରମନ ବାୱେଜା ଆଜିକାଲି ଶିଳ୍ପା ସେଟ୍ଟୀଙ୍କ ଛୋଟ ଭଉଣୀ ଶମିତା ସେଟ୍ଟୀଙ୍କୁ ଡେଟ କରୁଛନ୍ତି ।

ଉଭୟଙ୍କୁ ଅନେକ ପାର୍ଟିକୁ ମଧ୍ୟ ଏକାଠି ଦେଖିବା ପାଇଁ ମିଳୁଛି । ଶମିତା ଓ ହରମନ ପ୍ରଥମରୁ ହିଁ ରିଲେସନସିପରେ ଥିଲେ କିନ୍ତୁ ପରେ ଉଭୟଙ୍କର ବ୍ରେକଅପ୍ ହୋଇ ଯାଇଥିଲା । ଖବର ଅନୁସାରେ ପୁଣିଥରେ ହରମନ ଓ ଶମିତା ଏକା ସଙ୍ଗେ ନଜର ଆସୁଛନ୍ତି ।