ପୁଣି ପରଦାରେ ଦେଖାଦେବେ ‘ଦିଲୱାଲେ’ ଯୋଡ଼ି

37

ବଲିଉଡର ସୁପରହିଟ୍ ଯୋଡ଼ି ଭାବେ ଖୁବ୍ ଜଣାଶୁଣା କିଙ୍ଗ୍ ଖାନ୍ ଶାହାରୁଖ ଓ ସୁନ୍ଦରୀ କାଜଲ । ୧୯୯୫ରେ ଦୁହିଁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦିଲୱାଲେ ଦୁଲହନିୟାଁ ଲେ ଜାଏଙ୍ଗେ’ ମୁକ୍ତିଲାଭ କରିଥିଲା । ବକ୍ସ ଅଫିସରେ ଏହା ସଫଳ ହେବା ସହ ଦର୍ଶକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା । ଦୁହେଁ ‘କରନ୍-ଅର୍ଜୁନ’, ‘ବାଜିଗର୍’ , ‘କୁଛ୍ କୁଛ୍ ହୋତା ହେ’ , ‘କଭି ଖୁସି କଭି ଗମରେ’ ମଧ୍ୟ ସଫଳ ଯୋଡ଼ିର ଆଖ୍ୟା ପାଇଥିଲେ ।

ତେବେ ଲମ୍ବା ବ୍ୟବଧ୍ୟାନ ପରେ ଦୁହେଁ ପୁନଃ ଏକତ୍ର ୨୦୧୫ରେ ‘ଦିଲୱାଲେ’ ଚଳଚ୍ଚିତ୍ରରେ ଦେଖାଦେଇଥିଲେ । ଯଦିଓ ଚଳଚ୍ଚିତ୍ରଟି ସଫଳ ହୋଇନଥିଲା , ହେଲେ ଦର୍ଶକଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇଥିଲା । ନିକଟରେ ଏକ ସାକ୍ଷାତକାରରେ କାଜଲ କହିଛନ୍ତି ଖୁବ୍ ଶୀଘ୍ର ସେ ଶାହାରୁଖଙ୍କ ସହ ଏକ ଚଳଚ୍ଚିତ୍ରରେ ଦେଖାଦେବେ । ତେବେ ଚଳଚ୍ଚିତ୍ର ସଂପର୍କିତ ଅନ୍ୟ କୈାଣସି ତଥ୍ୟ ସେ ଦେଇନାହାଁନ୍ତି । ମିଳିଥିବା ଖବର ଅନୁସାରେ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେବାକୁ ଯାଉଛି ।