ପ୍ରଦୀପ ସେଠୀଙ୍କ ପୁଣି ଆତ୍ମହତ୍ୟା ଉଦ୍ୟମ । ବାଥରୁମ କବାଟ ବନ୍ଦ କରି ଇନଭର୍ଟର ତାରରେ ଆତ୍ମହତ୍ୟା ଉଦ୍ୟମ ବେଳେ କରାଗଲା ଉଦ୍ଧାର

ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଅଛନ୍ତି ଝାରପଡା ଜେଲରେ

512

କନକ ବ୍ୟୁରୋ: ଚିଟଫଣ୍ଡ ଖଳନାୟକଙ୍କ ପୁଣି ଆତ୍ମହତ୍ୟା ଉଦ୍ୟମ । ଝାରପଡା ଜେଲରେ ଥିବା ଚିଟ୍ ଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରି ଇନଭଟର ତାରରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ପ୍ରଦୀପ । ତେବେ ବାଥରୁମ କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରାଗଲା । ତାଙ୍କୁ ଏସସିିବିରେ ଭର୍ତି କରାଯାଇଛି । ଅର୍ଥତତ୍ୱ ଠକେଇ ମାମଲାରେ ଜେଲରେ ଅଛନ୍ତି ପ୍ରଦୀପ । ଏହା ପୂର୍ବରୁ ବି ହାତ କାଟି ଏବଂ ରେଲିଂରେ ନିଜ ମୁଣ୍ଡପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ ।

ଅର୍ଥତତ୍ୱ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କ ପୁଣି ଆତ୍ମହତ୍ୟା ଉଦ୍ୟମ । ଝାରପଡା ଜେଲ ଭିତରେ ନିଜକୁ ବାରମ୍ବାର ରକ୍ତାକ୍ତ କରୁଛନ୍ତି ଠକେଇ ଅଭିଯୋଗରେ ସଜ୍ଜା କାଟୁଥିବା ପ୍ରଦୀପ ସେଠୀ । କେତେବେଳେ ଧାରୁଆ ଅସ୍ତ୍ରରେ ନିଜ ହାତ କାଟି ଦେଉଛନ୍ତି ତ ପୁଣି କେତେବେଳେ ସେଲର ରେଲିଂରେ ମୁଣ୍ଡକୁ ପିଟି ରକ୍ତାକ୍ତ କରିଦେଉଛନ୍ତି । ଏଭଳି ବାରମ୍ବାର ନିଜକୁ କ୍ଷତି ପହଂଚାଉଛନ୍ତି ଅର୍ଥତତ୍ୱ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀ । ତେବେ ଏହା ଆତ୍ମହତ୍ୟା ନା ଜେଲ୍ ବାହାରକୁ ଯିବାକୁ ବାହାନା, ତାହା ସ୍ପଷ୍ଟ ହୋଇପାରିନାହିଁ ।

କାଳକୋଠରୀରେ ଅନ୍ଧାରକୁ ଆଉ ସମ୍ଭାଳି ହେଉନି । ସେଲ୍ ଭିତରେ ରୁଦ୍ଧି ହୋଇଯାଉଛି ମନ । ତେଣୁ ଏ ଜୀବନ ଠାରୁ ମରଣ ଭଲ । ଏମିତି କିଛି ମାନସିକତା ଏବେ ଘାଂଟିଚକଟି ଦେଉଛି ପ୍ରଦୀପ ସେଠୀଙ୍କୁ । ୫ ଶହରୁ ଉର୍ଦ୍ଧ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ । ଗତକାଲି ପୁଣି ଥରେ ବାଥରୁମ୍ କବାଟ ବନ୍ଦ କରି ଇନଭଟର ତାରରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ପ୍ରଦୀପ ।  ସେପଟେ ତେବେ ପ୍ରଦୀପଙ୍କ ଏଭଳି ବାରମ୍ବାର ଆତ୍ମହତ୍ୟା ଉଦ୍ୟମ ଏବେ ଜେଲ ବିଭାଗର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।