ପୁଣି ନିଜ ବୟାନକୁ ନେଇ ବିବାଦରେ ଫିଲିପାଇନ୍ସ ରାଷ୍ଟ୍ରପତି ! କହିଲେ ଭଗବାନଙ୍କ ଅସ୍ତିତ୍ୱ ପ୍ରମାଣ ହେଲେ ପଦରୁ ଦେବେ ଇସ୍ତଫା ।

33

ନିଜ ବିବାଦୀୟ ବୟାନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତର୍ତେ ନିଜର ପୁଣି ଏକ ବୟାନକୁ ନେଇ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି । ସେ କହିଛନ୍ତି ଯେ, ଯଦି କେହି ଭଗବାନଙ୍କ ଅସ୍ତିତ୍ୱକୁ ପ୍ରମାଣ କରିଦେବ ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇଦେବେ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ରୋଡ୍ରିଗୋ ଭଗବାନଙ୍କୁ ଷ୍ଟୁପିଡ୍ ବୋଲି କହିଥିଲେ । ତେବେ ରାଷ୍ଟ୍ରପତିଙ୍କ ଏଭଳି ବୟାନକୁ ନେଇ ରୋମାନ କ୍ୟାଥୋଲିକ୍ ଆସ୍ଥା ଦେଶରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଚର୍ଚ୍ଚ ସହ ରାଷ୍ଟ୍ରପତିଙ୍କର ସମ୍ବନ୍ଧ ସବୁବେଳେ ଖରାପ ରହିଆସିଛି । ଶୁକ୍ରବାର ସେ କ୍ୟାଥୋଲିକ୍ ଆସ୍ଥାର କିଛି ବେସିକ୍ ପ୍ରିନ୍ସିପୁଲ୍ ଉପରେ ପ୍ରଶ୍ନ ଉଠାଇଥିଲେ ଯେଉଁଥିରେ ବାସ୍ତବିକ ପାପର ପ୍ରିନ୍ସିପୁଲ ମଧ୍ୟ ସାମିଲ ରହିଛି । ତେବେ ସେ କହିଛନ୍ତି ଯେ, ଯଦି କେହି କୌଣସି ପ୍ରମାଣ, ଫଟୋ କିମ୍ବା ସେଲଫିରେ ଏହା ପ୍ରମାଣ କରିଦେବ ଯେ, କୌଣସି ମଣିଷ ଭଗବାନଙ୍କ ସହ ମିଶିସାରିଛି କିମ୍ବା ଭଗବାନଙ୍କୁ ଦେଖିସାରିଛି, ତେବେ ସେ ସଙ୍ଗେ ସଙ୍ଗେ ନିଜ ପଦରୁ ଇସ୍ତଫା ଦେଇଦେବେ ।