ପୁଣି ଚର୍ଚ୍ଚାରେ ନଗଡା ! ବ୍ୟାପୁଛି ଜ୍ୱର, ଜଣେ ଶିଶୁର ମୃତ୍ୟୁ ଓ ଅସୁସ୍ଥ ଅବସ୍ଥାରେ ଜଣକୁ ଅଣାଗଲା ଯାଜପୁର ରୋଡ ହସପିଟାଲ

51

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଯାଜପୁରର ନଗଡା । ନଗଡାରେ ବ୍ୟାପୁଛି ଜ୍ୱର । ଆଉ ଏହାର ଶୀକାର ହୋଇଛନ୍ତି କୋମଳମତି ଶିଶୁ । ଜ୍ୱରରେ ୩ ଦିନ ତଳେ ଜଣେ ଶିଶୁର ଜୀବନ ଯାଇଥିବାବେଳେ ଆଉ ଜଣେ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତି ହୋଇଛି । ଜ୍ୱରର କାରଣ ଏ ଯାଏଁ ଜଣାପଡିନାହିଁ ।

ଗତବର୍ଷ ନଗଡା ଚର୍ଚ୍ଚାରେ ଥିଲା । ଏଠାରେ ଅପପୁଷ୍ଟିରେ ଅନେକ ଶିଶୁ ପ୍ରାଣ ହରାଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଗତବର୍ଷ ନଗଡାରେ ଅପପୁଷ୍ଟିର ଶିକାର ହୋଇ ୧୯ ଶିଶୁଙ୍କର ଜୀବନ ଯାଇଥିଲା । ଏହି ମୃତ୍ୟୁକୁ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା ନଗଡା । ତାପରେ ସରକାରୀ ଅଧିକାରୀଙ୍କ ପାଦ ପଡିଥିଲା ନଗଡାକୁ ।

ଆଉ ରାଜ୍ୟ ସରକାର ନଗଡାର ଉନ୍ନତି ପାଇଁ ସ୍ୱତନ୍ତ୍ର ଟ୍ୟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ନଗଡା ଅଂଚଳର ସ୍ୱାସ୍ଥ୍ୟ, ରାସ୍ତା, ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ସମସ୍ୟାର ହଟାଇବା ଦିଗରେ କାର୍ଯ୍ୟ କରୁଛି । ଏବଂ ନଗଡାର ଅଗ୍ରଗତି ନେଇ ପ୍ରତି ସପ୍ତାହରେ ଏନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି ।