ପୁଣି ପରଦାରେ ନଜର ଆସିବେ କରଣ ଜୋହର !

15

ଜଣେ ନିର୍ଦ୍ଦେଶକ, ପ୍ରଯୋଜକ, ଉପସ୍ଥାପକ,ଜଜ୍ ଭାବରେ ବେଶ୍ ଲୋକପ୍ରିୟତା ପାଇଛନ୍ତି କରଣ ଜୋହର । କିନ୍ତୁ ତାଙ୍କ ଅଭିନୟର ଯାଦୁ ବିଶେଷ ଚାଲିନାହିଁ । ଫିଲ୍ମ ‘ଦିଲୱାଲେ ଦୁଲହନିଆଁ ଲେ ଜାୟେଙ୍ଗେ ’ ହେଉ ଅବା ‘ବମ୍ବେ ଭେଲଭେଟ୍’ ସବୁଥିରେ ତାଙ୍କ ଖରାପ ପ୍ରଦର୍ଶନ କେବଳ ଦର୍ଶକ ନୁହେଁ ତାଙ୍କୁ ମଧ୍ୟ ନିରାଶ କରିଥିଲା । ଯାହାକୁ ନେଇ ସେ ପୁଣି ଅଭିନୟକୁ ଫେରିବେ ନାହିଁ ବୋଲି ସ୍ଥିର କରିନେଇଥିଲେ । କିନ୍ତୁ ଏବେ କରଣ ତାଙ୍କ ମନ ବଦଳାଇ ଦେଇଛନ୍ତି ।

ପୁଣିଥରେ ଅଭିନୟରେ ଗୋଟିଏ ଚାନ୍ସ ନେବା ପାଇଁ ଯାଉଛନ୍ତି । ସେଥିରେ ପୁଣି ଡବଲ ରୋଲରେ ନଜର ଆସିବେ । ଫିଲ୍ମଟି ହେଉଛି ଆଏଫାକୁ ନେଇ ନିର୍ମିତ ହେଉଥିବା ‘କ୍ରେଜି ହମ୍’ । ପୂର୍ବରୁ ସୂଚନା ଥିଲା କି ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର ,ଦିଲଜିତ୍ , ଲାରା ଦତ୍ତଙ୍କ ପରି କଳାକାର ରହିଛନ୍ତି । ଏବେ ସେମାନଙ୍କ ସହ କରଣ ଯୋଡି ହୋଇଛନ୍ତି । କରଣଙ୍କ ଭୂମିକା ସଂପର୍କରେ ବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ଶୁଣିବାକୁ ମିଳିଛି ସେ ଡବଲ୍ ରୋଲ୍ ନିଭାଇବେ ଏବଂ ତାଙ୍କ ଭୂମିକା ଫିଲ୍ମ ଲାଗି ଏକ ସରପ୍ରାଇଜ୍ ହେବ । ଆଉ କରଣଙ୍କର ପୁଣି ଥରେ ଲେଉଟାଣି ବିଶେଷ ଫଳପ୍ରଦ ହେଉ ବୋଲି ଦର୍ଶକଙ୍କ ଆଶା ଓ ଶୁଭ କାମନା ।