ଅଟୋ ଚାଳକଙ୍କ ପିଛା ଛାଡୁନି ଫାଇନ୍ । ରାଜଧାନୀ ପରେ ଭଦ୍ରକରେ ୨୭ ହଜାରରୁ ଅଧିକ ଟଙ୍କାର ତଣ୍ଡ ଗଣିଲେ ଅଟୋ ଡ୍ରାଇଭର ।
ଗାଁକୁ ମାଡି଼ଲା ଫାଇନ୍ ଭୂତ ।
କନକ ବ୍ୟୁରୋ: ଗାଁକୁ ମାଡି଼ଲା ଫାଇନ୍ ଭୂତ । ନୂଆ ଟ୍ରାଫିକ୍ ନିୟମ ଆଧାରେ କେବଳ କଟକ-ଭୁବନେଶ୍ୱରରେ ନୁହେଁ, ବରଂ ବିଭିନ୍ନ ଜିଲ୍ଲାରେ ମଧ୍ୟ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଆଜି ଭଦ୍ରକରେ ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ୨୭ ହଜାର୫ଶହ ଟଙ୍କା ଫାଇନ୍ ଆଦାୟ କରିଛନ୍ତି ଆରଟିଓ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଫାଇନ ଦେଇଥିବା ଅଟୋ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଇନସ୍ୟୁରାନ୍ସ ନଥିବା କାରଣରୁ ତାଙ୍କୁ ଫାଇନ କରାଯାଇଛି । ସେହିଭଳି ସେହି ଭଦ୍ରକରେ ଜଣେ କଲେଜ ଛାତ୍ରୀଙ୍କୁ ୧୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି । ଛାତ୍ରୀ ଜଣଙ୍କ ହେଲମେଟ୍ ପିନ୍ଧି ନଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା, ତେଣୁ ସେ ଏବାବଦକୁ ୬ ହଜାର ଟଙ୍କା ଜରିମାନା ଦେଇଛନ୍ତି । ସେ ବାପାଙ୍କ ଗାଡି ଚଳାଉଥିବାରୁ ୫ ହଜାର ଏବଂ ଗାଡିର ଇନିସ୍ୟୁରାନ୍ସ ନଥିବାରୁ ୨ ହଜାର ଟଙ୍କା ଫାଇନ୍ ଆକାରରେ ଆରଟିଓଙ୍କୁ ଗଣିଛନ୍ତି । ଯାହାକୁ ନେଇ ଭଦ୍ରକରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।