ଚ୍ୟାଲେଂଜ ଦେଲେ ସାଇବର ଅପରାଧୀ! ସୁନ୍ଦରଗଡ ବଣେଇ ଅଂଚଳରୁ ଏସବିଆଇ ଏଟିଏମରୁ ୨୫ ଲକ୍ଷ ୮୧ ହଜାର ଟଙ୍କା ଲୁଟ୍

30

କନକ ବ୍ୟୁରୋ : ପୁଣି ଆସିଛି ଏଟିଏମ ଲୁଟର ଖବର । କମିଶନରେଟ୍ ପୋଲିସ ଚାଇନା ଭାଇରସ ବ୍ୟବହାର କରି ଲୁଟ୍ କରୁଥିବା ଗ୍ୟାଙ୍ଗକୁ ଠାବ କରିବାର ଦିନକ ପରେ ସୁନ୍ଦରଗଡରୁ ଜିଲ୍ଲାରୁ ଆସିଛି ଏଭଳି ଖବର । ବଣେଇ ଗୁରୁଣ୍ଡିଆ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି ୨୫ ଲକ୍ଷ ୮୧ ହଜାର ଟଙ୍କା ।

ଏପରିକି ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି ଲୁଟେରା । ବ୍ୟାଙ୍କ କର୍ମଚାରୀ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ବେଳେ ଲୁଟ୍ ହୋଇଥିବା ଜାଣିପାରିଥିଲେ । ଏନେଇ ସେମାନେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ପରେ ସ୍ଥାନୀୟ ଗୁରୁଣ୍ଡିଆ ଥାନାରେ ମାମଲା କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।