ପୁଣି ଏକାଠି ହେବେ ଅକ୍ଷୟ–ରବିନା ! ବଡ ପରଦା ନୁହେଁ ଟିଭି ପରଦାରେ

66

ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ ଅପକମିଂ କମେଡି ସୋ’ ପାଇଁ ଅକ୍ଷୟ ଓ ରବିନା ପୁରୁଣା କଥା ଭୁଲି ଏକାଠି ଆସିବାକୁ ନିଷ୍ପତ୍ତି ନେଇଛନ୍ତି ।

ଷ୍ଟାର ପ୍ଲସରେ ଆସିବାକୁ ଥିବା ‘ଗ୍ରେଟ୍ ଇଣ୍ଡିଆନ୍ ଲାଫଟର ଚାଲେଂଜ’ର ନୂଆ ସିଜନରେ ବିଚାରପତି ଭାବେ ଏହି ଦୁହିଁଙ୍କୁ ଦେଖିବାକୁ ମିଳିବ । ୧୯୯୪ରେ ‘ମୋହରା ’ ଚଳଚ୍ଚିତ୍ରର ରିଲିଜ ସହିତ ଏହି ଦୁଇଜଣଙ୍କ ପ୍ରେମ କାହାଣୀ ଶୁଣିବାକୁ ମିଳିଥିଲା । ଦୁଇଜଣ ପଂଜାବୀ ଓ ସେମାନଙ୍କ ଯୋଡିକୁ ସିନେ ପ୍ରେମୀ ଖୁବ୍ ପ୍ରଶଂସା କରିଥିଲେ । ୧୯୯୯ରେ ‘ଷ୍ଟାରଡଷ୍ଟ’ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ରବିନା ସ୍ୱୀକାର କରିଥିଲେ ଯେ ଅକ୍ଷୟ ତାଙ୍କୁ ବିବାହ କରିବାକୁ ପ୍ରପୋଜ କରିଥିଲେ ।