ପୂରା ବିଶ୍ୱରେ କିଛି ଘଣ୍ଟା ପାଇଁ ଡାଉନ ହୋଇଗଲା ୟୁଟ୍ୟୁବ ସର୍ଭର! ଚାଲିଲାନି କୌଣସି ଭିଡ଼ିଓ, ୟୁଜର୍ସ ଚିନ୍ତାରେ

47

ଭିଡ଼ିଓ ସେୟାରିଂ ୱେବସାଇଟ ୟୁଟ୍ୟୁବ୍ ବୁଧବାର କିଛି ଘଣ୍ଟା ପାଇଁ ଅଚାନକ ବନ୍ଦ ହୋଇଯାଇଥିଲା । ଯାହାଫଳରେ ୟୁଜର୍ସ କୌଣସି ଭିଡ଼ିଓ ଦେଖି ପାରିନଥିଲେ କି ସେୟାର ମଧ୍ୟ କରି ପାରିନଥିଲେ । ୟୁଟ୍ୟୁବ୍ ସର୍ଭରରେ ଡାଉନ ରହିବାରୁ ଏଭଳି ସ୍ଥିତି ଦେଖା ଦେଇଥିବା କୁହାଯାଉଛି । ତେବେ ୟୁଟ୍ୟୁବର ଏହା କେଉଁଭଳି ଟେକନିକାଲ ସମସ୍ୟା ତାହା ଏଯାଏଁ ଜଣାପଡିନାହିଁ ।

ପୂରା ବିଶ୍ୱରେ ୟୁଟ୍ୟୁବକୁ ନେଇ ଏଭଳି ଅସୁବିଧା ଦେଖା ଦେଇଛି । ଦୁନିଆର ସବୁଠୁ ଲୋକପ୍ରିୟ ଭିଡ଼ିଓ ୱେବସାଇଟରେ ଏଭଳି ସମସ୍ୟା ଦେଖା ଦେବା ପରେ ୟୁଜର୍ସ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଏଭଳି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି । ଏହି ୱେବସାଇଟରେ ଛୋଟ ଛୋଟ ସମସ୍ୟା ଦେଖା ଦେବା ତ ସାଧାରଣ କଥା । କିନ୍ତୁ ସର୍ଭର ଡାଉନ ହେବା ୟୁଟ୍ୟୁବ କତର୍୍ୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି ।


ୟୁଟ୍ୟୁବ କର୍ତ୍ତୃପକ୍ଷ ଆଉ ଏକ ବୟାନରେ ଏହି ସମସ୍ୟା ବାବଦରେ ଜଣାଇଥିବାରୁ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁଟ୍ୟୁବ ଟିଭି ଓ ୟୁଟ୍ୟୁବ ମ୍ୟୁଜିକ ଚଳାଇବାରେ ସମସ୍ୟା ଦେଖାଦେଇଛି । ଏହାକୁ ଅତିଶୀଘ୍ର ଠିକ୍ କରିବାକୁ ପ୍ରୟାସ କରାଯାଉଛି । ୱେବସାଇଟ ଠିକ୍ ହେବା ପରେ ଏନେଇ ୟୁଜର୍ସଙ୍କୁ ସୂଚିତ କରାଯିବ ବୋଲି ୟୁଟ୍ୟୁବ ପକ୍ଷରୁ କୁହାଯାଇଛି ।