କୈବଲ୍ୟଙ୍କ କରୁଣ କାହାଣୀ । କିଡନୀ ଫେଲ ହେବାରୁ ବିଛଣାରେ କଟୁଛି ଜୀବନ, ସିଲେଇ କରି ପରିବାର ପୋଷୁଛନ୍ତି ପତ୍ନୀ । 

ବୋଝ ଉପରେ ନଳିତା ବିଡା ପରି ଆର୍ଥିକ ସମସ୍ୟା ଭିତରେ ମାଡିବସିଛି ରୋଗ ଦୁଃଖ  ।

736
କନକ ବ୍ୟୁରୋ: ବୋଝ ଉପରେ ନଳିତା ବିଡା ପରି ଆର୍ଥିକ ସମସ୍ୟା ଭିତରେ ମାଡିବସିଛି ରୋଗ ଦୁଃଖ  । ୨ଟି କିଡ଼ନୀ ଖରାପ ହେବାରୁ ଖଟରୁ ଉଠିପାରୁ ନାହାନ୍ତି କୈବଲ୍ୟ  । ୨ ମାସ ହେବ ବିଛଣାରେ ପଡ଼ିରହିଛନ୍ତି ଅନ୍ୟୟର ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ  । ପାଖରେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା ପାଇଁ ପ୍ରତିବନ୍ଧକ ସାଜିଛି  । ଅନ୍ୟ ପଟେ କୈବଲ୍ୟଙ୍କ ପତ୍ନୀ ସିଲେଇ କାମ କରି ପରିବାର ପେଟ ପୋଷୁଛନ୍ତି ।
କେନ୍ଦୁଝର ଆନନ୍ଦପୁର ବ୍ଲକ ମୋଚିନ୍ଦା ଗାଁରେ କୈବଲ୍ୟଙ୍କ ପରିବାର ଉପରେ ଏବେ ଭାଙ୍ଗିପଡିଛି ଦୁଃଖ  । ଗତ ୨ ମାସ ହେବ ବିଛଣାରେ ପଡ଼ି ରହିଛନ୍ତି କୈବଲ୍ୟ  । ସେପଟେ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି ତାଙ୍କୁ  । ଅବସ୍ଥା ଏପରି ଯେ ଖଟରୁ ଉଠିବା ବି ତାଙ୍କ ପାଖରେ ଅସମ୍ଭବ ହୋଇପଡୁଛି  । କୈବଲ୍ୟଙ୍କ ୨ଟି କିଡ଼ନୀ ଖରାପ ହୋଇଯାଇଥିବାରୁ ତାଙ୍କ ପକ୍ଷରେ କୌଣସି କାମ କରିବା ସମ୍ଭବ ହୋଇପାରୁନି । ପାଖରେ ଅର୍ଥ ନଥିବାରୁ ମଧ୍ୟ ଚିକିତ୍ସା କରାଇବା ପରିବାର ପକ୍ଷରେ ସମ୍ଭବ ହେଉନାହିଁ  । ଅନ୍ୟପଟେ କୈବଲ୍ୟଙ୍କ ଅସୁସ୍ଥାତା ପରେ ସିଲେଇ କାମ କରି ପରିବାର ପୋଷୁଛନ୍ତି ପତ୍ନୀ ନିରୁପମା । କୈବଲ୍ୟଙ୍କ ଦୋକାନରୁ ଯେତିକି ରୋଜଗାର ହେଉଥିଲା ସେତିକିରେ ଗୁଜୁରାଣ ମେଂଟୁଥିଲା  । ହେଲେ କୈବଲ୍ୟ ଅସୁସ୍ଥ ହେବା ପରେ ବିଭିନ୍ନ ଅସୁବିଧା ଦେଇ ଗତି କରୁଛି ପରିବାର । ଅର୍ଥ ଅଭାବ ଯୋଗୁଁ କୈବଲ୍ୟଙ୍କ ୨ ଝିଅ ପାଠ ପଢ଼ିବା ସମ୍ଭବ ହେଉନାହିଁ । ଅପରପକ୍ଷରେ ସରକାରୀ ସହାୟତାରେ କୈବଳ୍ୟଙ୍କ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟପଟେ ଆନନ୍ଦପୁର ଉପଜିଲ୍ଲାପାଳ ଏବିଷୟରେ ଜାଣିବା ପରେ ସହାୟତାର ହାତ ବଢ଼ାଇଛନ୍ତି ।