ପ୍ରେସଛକ ବୋମାମାଡ ଘଟଣା : ୩ଦିନିଆ ରିମାଣ୍ଡ ପରେ ଚୌଦ୍ୱାର ଜେଲ ଗଲେ ମହିମା ମିଶ୍ର

24

କନକ ବ୍ୟୁରୋ : କଟକ ଏସଡିଜେଏମ କୋର୍ଟରେ ହାଜର ପରେ ଚୌଦ୍ୱାର ଜେଲ ଫେରିଲେ ମହିମା ମିଶ୍ର । କଟକ ପ୍ରେସ ଛକ ବୋମାମାଡ ଘଟଣାରେ ତାଙ୍କର ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ପ୍ରେସ ଛକ ବୋମାମାଡ ଘଟଣାରେ ମହିମାଙ୍କ ସମ୍ପୃକ୍ତି ବାବଦରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୁଲିସ ।

ସେପଟେ ଜଗତସିଂହପୁରରେ ଘୁଂଚିଛି ଶିଳ୍ପପତି ମହିମା ମିଶ୍ରଙ୍କ ଜମିନ ଆବେଦନର ଶୁଣାଣି । ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ମହିମା ମିଶ୍ର ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଏହା ସହ ଦେଖନ୍ତୁ ଏହି ଭିଡିଓ :