ଭାରତ ଜୋସରେ ଉଡିଲା ପାକିସ୍ତାନର ହୋସ୍ ! ଏୟାର୍ ଷ୍ଟ୍ରାଇକ୍ ପରେ ଚୀନ୍ ଛାତିରେ ପଶିଲା ଛନକା, କହିଲା ଦୁଇ ଦେଶ ମଧ୍ୟ ଶାନ୍ତି ସହଯୋଗ ଜରୁରୀ ।

753

ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଘଟିଥିବା ସେହି ଛାତିଥରା ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୪୦ଜଣ ଯବାନ । ପୁଲୱାମା ଆକ୍ରମଣର ୧୨ଦିନ ପରେ ପ୍ରତିଶୋଧ ନେଇଛି ଭାତର । ବାଲାକୋଟରେ ଥିବା ପାକିସ୍ତାନ ଆତଙ୍କବାଦୀଙ୍କ ପାୱାରକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଭାରତୀୟ ବାୟୁସେନା । ସେପଟେ ବିରି ମାଡ ଦେଖି କୋଳଥ ଚେପା ହେଲା ଭଳି ପାକିସ୍ତାନ ଉପରେ ଭାରତର ଆକ୍ରମଣ ଦେଖି ଚୀନ ଛାତିରେ ଛନକା ପଶିଛି ।

ପୁଲୱାମା ଆକ୍ରମଣର ୧୨ ଦିନ ବିତିଯାଇଥିଲେ ସୁଦ୍ଧା, ଗତକାଲି ପର୍ଯ୍ୟନ୍ତ ଏହି ଘଟଣା ନେଇ ମୁହଁ ଖୋଲିନଥିଲା ଚୀନ । କିନ୍ତୁ ଗତକାଲି ରାତିରେ ଭାରତର ବାୟୁସେନା ଯେଉଁଭଳି ଭାବେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି, ତାହା ଦେଖି ବୋଧହୁଏ ଚୀନ ଛାତିରେ ଭୟ ପଶିଛି । ଆଉ ଏହି ଏୟାରଷ୍ଟ୍ରାଇକ ପରେ ପ୍ରତିକ୍ରିୟା ରଖିଛି ଚୀନ୍ । ଚୀନ ଭାରତକୁ କହିଛି, ଭାରତକୁ ଅନ୍ତରାଷ୍ଟ୍ରୀୟ ସହାୟତା ଜରିଆରେ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିବା ଉଚିତ୍ ।

ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଲୁ କିଙ୍ଗ କହିଛନ୍ତି ଯେ, ଦକ୍ଷିଣ ଏସିଆରେ ଭାରତ ଏବଂ ପାକିସ୍ତାନ ଦୁଇଟି ମହତ୍ୱପୂର୍ଣ୍ଣ ଦେଶ । ଦକ୍ଷିଣ ଏସିଆର ଶାନ୍ତି ପାଇଁ ଦୁଇ ଦେଶ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ଏବଂ ସହଯୋଗ ରହିବା ନିହାତି ଆବଶ୍ୟକ । ତେବେ ଏହାରି ମଧ୍ୟରେ ଭାରତୀର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଚୀନ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେଠାରେ ଭାରତ-ଋଷିଆ-ଚୀନ୍ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ । ସୂଚନା ଅନୁଯାୟୀ, ଏହି ବୈଠକରେ ସୁଷମା ପାକିସ୍ତାନ ପକ୍ଷରୁ ହେଉଥିବା ଆତଙ୍କବାଦ କାର୍ଯ୍ୟକଳାପ ପ୍ରସଙ୍ଗକୁ ଉଠାଇବେ । ତେବେ ପାକିସ୍ତାନ ବିରୋଧରେ ଆଜି ହୋଇଥିବା ଏୟାରଷ୍ଟ୍ରାଇକ୍ ପରେ ଏହି ବୈଠକର ଉଦ୍ଦେଶ୍ୟ ବଦଳିବାର ମଧ୍ୟ ସମ୍ଭାବନା ରହିଛି ।