ଆଧାର ନମ୍ବର ସୁରକ୍ଷାକୁ ନେଇ ଥମୁନି ବିବାଦ: ଟ୍ରାଇ ଅଧ୍ୟକ୍ଷକଙ୍କ ଆଇଡି ହ୍ୟାକ କରି ପାଇଲେ ଆକାଂଉଟ ନମ୍ବର, ଜମା କଲେ ଏକ ଟଙ୍କା

30

କନକ ବ୍ୟୁରୋ: ଆଧାର ନମ୍ବର କେତେ ସୁରକ୍ଷାକୁ ନେଇ ଥମୁନି ବିବାଦ । ଆଧାର ନମ୍ବର ସମ୍ପୁର୍ଣ୍ଣ ସୁରକ୍ଷିତ ବୋଲି ୟୁଆଇଏଡିଆଇ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ ଏହାକୁ ବିଶ୍ୱାସକୁ ନେଉ ପାରୁନାହାଁନ୍ତି ସାଧାରଣ ଜନତା । ଏହି ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ଟ୍ରାଇ ଅଧ୍ୟକ୍ଷ ଆଧାର ନମ୍ବର ହ୍ୟାକ୍ ହେବା ଦାବି । ଟ୍ରାଇ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀକ କରିବା ପରେ ହ୍ୟାକ୍ କରି ଜଣେ ହ୍ୟାକର ତାଙ୍କ ଆକାଉଂଟ ନମ୍ବର ପାଇଯାଇଥିବା ଦାବି କରିଛନ୍ତି ।

ଏପରିକି ହ୍ୟାକର ଜଣକ ଟ୍ରାଇ ମୁଖ୍ୟଙ୍କ ଆକାଉଁଟକୁ ୧ଟଙ୍କା ଟ୍ରାନ୍ସଫର କରିଥିବା ଦାବି କରିଛନ୍ତି । ସେ ଏହି ଟ୍ରାଞ୍ଜାକସନର ଏକ ସ୍କ୍ରିନ୍ ସଟ୍ ମଧ୍ୟ ସେୟାର କରିଛନ୍ତି । ଏଥିରେ ଟ୍ରାଞ୍ଜାକସନ ଆଇଡି ସହ ଟଙ୍କା ଯାଇଥିବାର ଦିନ ଓ ବାର ଲେଖାଅଛି । ୨୮ ଜୁଲାଇ ସନ୍ଧ୍ୟା ୭ଟା ୨୭ ମିନିଟରେ ଏହି ଟ୍ରାଞ୍ଜାକସନ ହୋଇଛି । ତେବେ ଏନେଇ ଟ୍ରାଇ ଅଧ୍ୟକ୍ଷ ବା ୟୁଆଇଏଡିଆଇ ପକ୍ଷରୁ କୋ÷ଣସି ସ୍ପଷ୍ଟିକରଣ ମିଳି ପାରିନି । ଟ୍ରାଇ ମୁଖ୍ୟ ଆର ଏସ ଶର୍ମା ତାଙ୍କ ଆଧାର ନମ୍ବର ସାର୍ବଜନୀନ କରି ତାକୁ ହ୍ୟାକ୍ କରିବା ପାଇଁ ଚ୍ୟାଲେଞ୍ଜ ଦେଇଥିଲେ ।

ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଫ୍ରାନ୍ସର ଜଣେ ସିକ୍ୟୁରିଟି ବିଶେଷଜ୍ଞ ଶର୍ମାଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ କରିଥିଲେ । ଏବଂ ସେ ଏହା ଆଧାର ନମ୍ବରରୁ ପାଇଥିବା ଦାବି କରିଥିଲେ । ତେବେ ଏହାକୁ ୟୁଆଇଏଡିଆଇ ପକ୍ଷରୁ ଖଣ୍ଡନ କରାଯାଇଥିଲା । କୁହାଯାଇଥିଲା ଟ୍ରାଇ ମୁଖ୍ୟ ଦୀର୍ଘ ଦଶନ୍ଧି ଧରି ସରକାରୀ ଚାକିରିରେ ଅଛନ୍ତି । ତେଣୁ ତାଙ୍କ ସମ୍ପର୍କରେ ତଥ୍ୟ ସହଜରେ ଉପଲବ୍ଧ ହେଉଛି ।