ଖରାଛୁଟି ପରେ ଖୋଲିବ ସ୍କୁଲ । ବାତ୍ୟା ଫୋନି ପ୍ରଭାବିତ ବିଦ୍ୟାଳୟର ମରାମତି ଚିନ୍ତା : ପାଖ ସ୍କୁଲରେ ପାଠପଢିବେ ପିଲା

ଆଉ ଦିନ କେଇଟା ପରେ ରାଜ୍ୟରେ ଖୋଲିବ ସ୍କୁଲ

151

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ରାଜ୍ୟରେ ଖୋଲିବ ସ୍କୁଲ । ଗ୍ରୀଷ୍ମଅବକାଶ ସରିଆସୁଥିବା ବେଳେ ଏବେ ସ୍କୁଲ ଖୋଲିବାକୁ ଦିନ କେଇଟା ବାକି ରହିଛିି । ହେଲେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡିକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । କିଭଳି ଭାବରେ ଛାତ୍ରଛାତ୍ରୀମାନେ ଭଙ୍ଗାସ୍କୁଲରେ ବସି ପାଠ ପଢିବେ ସେନେଇ ସମସ୍ୟା ଦେଖା ଦେଇଛି । ଅପରପକ୍ଷରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲଗୁଡିକର ଛାତ୍ରଛାତ୍ରୀମାନେ ପାଖ ସ୍କୁଲରେ ପାଠ ପଢିବେ ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ସଚିବାଳୟରେ ରାଜସ୍ୱ ବିଭାଗର ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି । ସେହିପରି ଫନୀରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡିକର ମରାମତିକୁ ପ୍ରାଥମିକତା ଦିଆଯାଇଥିବା ସେ କହିଛନ୍ତି । ଅନ୍ୟପଟେ ରଥଯାତ୍ରା ପୂର୍ବରୁ ପୁରୀକୁ ଯାତାୟତ ସହ ଅନ୍ୟାନ୍ୟ ସୁବିଧା ସ୍ୱାଭାବିକ କରିବାକୁ ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

Comments are closed.