ବଦଳିବ ମାଓ ଦମନ ରଣନୀତି ! ସୁକମା ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

19

କନକ ବ୍ୟୁରୋ : ଛତିଶଗଡ ସୁକମାରେ ମାଓବାଦୀ ଆକ୍ରମଣ ପରେ ଆକ୍ସନ ମୁଡରେ କେନ୍ଦ୍ର ସରକାର । ମେ’ ୮ ତାରିଖରେ ମାଓ ପ୍ରଭାବିତ ୧୦ଟି ରାଜ୍ୟର ବୈଠକ ଡକାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ । ବୈଠକରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଭାଗ ନେବେ ।

ମାଓ ସମସ୍ୟାର ସମାଧାନ ଦିଗରେ ଏହି ବୈଠକରେ ଆଲୋଚନା କରାଯିବ । ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ସବୁଠାରୁ ଅଧିକ ମାଓପ୍ରବଣ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମଧ୍ୟ ବୈଠକରେ ସାମିଲ ହେବେ ।