ଆଉ କିଛି ସମୟ ପରେ ଆରମ୍ଭ ହେବ ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ! ଅମିତ, ଆଡୱାଣୀ ଓ ରାଜନାଥଙ୍କ ସମେତ ସାମିଲ ହେବେ ୩୦୦ କାର୍ଯ୍ୟକର୍ତା

19

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତିର ମୂଳଦୂଆ ପକାଉଛି ବିଜେପି । ଆଉ କିଛି ସମୟ ପରେ ଆରମ୍ଭ ହେବ ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ । ଅମିତ ଶାହ, ଲାଲକୃଷ୍ଣ ଆଡୱାଣୀ, ଓ ରାଜନାଥ ସିଂହଙ୍କ ପରି ହେଭିୱେଟ୍ ବିଜେପି ନେତାମାନେ ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ସାମିଲ ହେବେ ।

ଏହା ସହ ବିଜେପିର ୩୦୦ କାର୍ଯ୍ୟକର୍ତା ମଧ୍ୟ ଏଥିରେ ସାମିଲ ହେବେ । କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଥିବା ବିଜେପିର ପ୍ରାୟ ସବୁ ଜାତୀୟସ୍ତରର ନେତାମାନେ ଗତକାଲିଠାରୁ ଭୁବନେଶ୍ୱରରେ ପହଂଚି ସାରିଛନ୍ତି । ତେବେ ଆଜି ଆସିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ସାଢ଼େ ୩ଟାରେ ଭୁବନେଶ୍ୱରରେ ପହଂଚିବେ ମୋଦି ।

୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ ଦଳ । ଏନେଇ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଗତକାଲିଠାରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି ଓଡିଶା ବିଜେପିର ନେତା ।