ଏସଡିଜେଏମ କୋର୍ଟରେ ହାଜର ପରେ ଜେଲ ଗଲେ ସମ୍ ହସ୍ପିଟାଲ ମାଲିକ :୨ ଦିନିଆ ରିମାଣ୍ଡରେ ଥିଲେ ମନୋଜ ନାୟକ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ଅଗ୍ନିକାଣ୍ଡ ମାମଲାରେ ରିମାଣ୍ଡ ଅବଧି ଶେଷ ପରେ ଆଜି ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ମନୋଜ ନାୟକ । ହାଜର ପରେ ପୁଣି ଥରେ ଝାରପଡା ଜେଲ ଯାଇଛନ୍ତି ମନୋଜ ନାୟକ । ଅଧିକ ତଥ୍ୟ ପାଇଁ ୨ ଦିନିଆ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରିଥିଲା ପୁଲିସ । ରିମାଣ୍ଡ ବେଳେ ମନୋଜ ନାୟକଙ୍କୁ ଜେରା କରିି ବହୁ ତଥ୍ୟ ହାସଲ କରିଛି କମିଶନରେଟ୍ ପୁଲିସ ।

୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ୨୦ ତାରିଖରେ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ସମ୍ ହସ୍ପିଟାଲର କିଛି ବରିଷ୍ଠ ଅଧିକାରୀ ଓ ଅନୁଷ୍ଠାନର ଟ୍ରଷ୍ଟିଙ୍କୁ ଡାକି ପଚରାଉଚୁରା ମଧ୍ୟ କରିଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଡିନଙ୍କୁ ମଧ୍ୟ ଜେରା କରିଛି କମିଶନରେଟ ପୋଲିସ । ତେବେ ମନୋଜ ନାୟକଙ୍କ ପତ୍ନୀ ଶାଶ୍ୱତି ନାୟକ ଏବେ ବି ପୁଲିସ ନିକଟରେ ହାଜର ହୋଇନାହାନ୍ତି ।