ରାମଗୋପାଲ ବର୍ମାଙ୍କ ଟ୍ୱିଟକୁ ରାକ୍ଷୀ ସାୱନ୍ତଙ୍କ ସମର୍ଥନ ! କହିଲେ, ‘ସବୁ ମହିଳା ସନ୍ନି ଲିଓନିଙ୍କ ପରି ହୁଅନ୍ତୁ’

41

ସନ୍ନି ଲିଓନିକୁ ନେଇ ରାମଗୋପାଲ ବର୍ମାଙ୍କ ଦ୍ୱାରା କରାଯାଇଥିବା ବିବାଦୀୟ ଟ୍ୱିଟ ମାମଲା ଏ ଯାଏଁ ଥଣ୍ଡା ପଡିନି କି ଏବେ ରାକ୍ଷୀ ସାୱନ୍ତ ସନ୍ନି ଲିଓନିକୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏଥିରେ ମାମଲା ଖୁବ ଗମ୍ଭୀର ହୋଇଯାଇଛି । ରାକ୍ଷୀ ସାୱନ୍ତ ରାମଗୋପାଲ ବର୍ମାଙ୍କ ଟ୍ୱିଟକୁୁ ସମର୍ଥନ ଜଣାଇ କହିଛନ୍ତି, ସବୁ ମହିଳା ରୋଷେଇ ଛାଡି ପୁରୁଷଙ୍କୁ ଖୁସି କରିବାର କଳା ଶିଖିବା ଦରକାର ।

ନିକଟରେ ହୋଇଥିବା ଏକ ଇଭେଣ୍ଟରେ ରାମଗୋପାଲ ବର୍ମାଙ୍କ ଟ୍ୱିଟକୁ ନେଇ କରାଯାଇଥିବା ପ୍ରଶ୍ନରେ ରାକ୍ଷୀ କହିଥିଲେ ରାମଗୋପାଲ ଯାହା କହିଛନ୍ତି ବିଲକୁଲ ଠିକ କହିଛନ୍ତି । ମୁ ତାଙ୍କ କଥାରେ ସହମତ, ଏହାସହ ସେ ସନ୍ନିଙ୍କ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ଏହାସହ ରାକ୍ଷୀ କହିଛନ୍ତି କୌଣସି ଝିଅ ମିଳିଯିବା ପରେ ଜଣେ ପୁରୁଷ ନିଜର ୨୦ ରୁ ୩୦ ବର୍ଷର ସଂପର୍କ ଓ ପିଲାଙ୍କୁ ମଧ୍ୟ ଭୁଲି ଯାଆନ୍ତି ।

ରୋଷେଇବାସ ଛାଡି ପୁରୁଷଙ୍କୁ କିପରି ଖୁସି କରାଯାଏ, ସେ ନେଇ ମହିଳାମାନେ କୋଚିଂ ନେବା ଦରକାର ବୋଲି କହିଛନ୍ତି ବିବାଦୀୟ ନାୟିକା ରାକ୍ଷୀ । ଯେଉଁଠି ବିିବାଦୀୟ ଟ୍ୱିଟ କରିବା ପରେ ରାମଗୋପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ ଏକ ସିନେମା ସଂସ୍ଥା ବହିଷ୍କାର କରିଛି ସେଠାରେ ଏବେ ଆଗକୁ ଦେଖିବାକୁ ବାକି ରହିଲା ରାକ୍ଷୀ ସାୱନ୍ତଙ୍କ ଏହି ବୟାନକୁ ନେଇ କ’ଣ ପଦକ୍ଷେପ ନିଆଯାଉଛି ।