ପାଟକୁରା ଭୋଟିଂ ପରେ ଉତ୍ତେଜନା । ଭିଭିପାଟ ମେସିନ ସିଲ୍ ଖୋଲାଥିବା ନେଇ ପୋଲିଂ ଅଫିସରଙ୍କୁ ଆକ୍ରମଣ ଅଭିଯୋଗ ।

261

କନକ ବ୍ୟୁରୋ : ପାଟକୁରାରେ ଭୋଟିଂ ପରେ ଉତ୍ତେଜନା । ଭିଭିପାଟ ମେସିନ ରଖିବା ବେଳେ ଉତ୍ତେଜନା ଦେଖାଦେଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମ ହୋଇଥିବା ବେଳେ ଏଠାରେ ଭିଭିପାଟ ମେସିନ ଡିପୋଜିଟ କଲାବେଳେ ଉତ୍ତେଜନା ଦେଖାଦେଇଛି । ଭିଭିପାଟ ମେସିନ ସିଲ୍ ଖୋଲାଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରିକି ପୋଲିଂ ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି ।

ଏହାପୂର୍ବରୁ ଆଜି ପାଟକୁରାରେ ସକାଳ ୬ରୁ ସନ୍ଧ୍ୟା ୭ଟା ଯାଏଁ ଭୋଟ ଗ୍ରହଣ ହୋଇଥିଲା । କିଛି ବୁଥକୁ ଛାଡିଦେଲେ ଅନ୍ୟ ସମସ୍ତ ବୁଥରେ ବେଶ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଥିଲା । ମୋଟ ୧୦ ଜଣ ପ୍ରାର୍ଥୀ ମୈଦାନରେ ଥିବା ବେଳେ ଶେଷ ଖବର ଅନୁଯାୟୀ ୬୭ ପ୍ରତିଶତ ଭୋଟର ନିଜର ମତଦାନ କରିଥିଲେ । ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରାଯିବ ।