ମୁମ୍ବାଇ ପରେ ଚୀନରେ ହେବ ‘ମେକ୍ ଇନ୍ ଓଡିଶା’ ରୋଡ ଶୋ । ଓଡିଶାରେ ପୁଞ୍ଜି ନିବେଶ ପାଇଁ ମେଗା ପ୍ଲାନ

3

କନକ ବ୍ୟୁରୋ: ରାଜ୍ୟରେ ପୁଞ୍ଜି ନିବେଶ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଓଡିଶାର ନାଁକୁ ବିଶ୍ୱସସ୍ତରରେ ପହଁଚାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚିନର ଫୁଜିଅନର ଏକ ପ୍ରତିନିଧି ଦଳ । ଓଡିଶାରେ ପ୍ରାଥମିକ ସ୍ତରରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ । ତେବେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ତାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୩୧ ତାରିଖରେ ଏକ ପ୍ରତିନିଧି ଦଳ ଚୀନ ଗସ୍ତରେ ଯିବ ।

ଚୀନ ଗସ୍ତରେ ଯିବାକୁଥିବା ଏହିଟିମ୍ ରେ ରହିବେ ୬ରୁ ୭ଜଣ ପ୍ରିତିନିଧି । ଚୀନରେ ପୁଞ୍ଜି ନିବେଶକାରୀଙ୍କ ସହିତ ଆଲୋଚନା ଏବଂ ଓଡିଶାରେ ଚୀନ କାହିଁକି ପୁଞ୍ଜି ନିବେଶ କରିବାକୁ ଇଛା ପ୍ରକାଶ କରିବ ସେନେଇ ବିସ୍ତୃତ ଆଲୋଚନା କରିବେ ବୋଲି ଆଲୋଚନା ପରେ ଶିଳ୍ପମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଚିନ୍ ପୁଞ୍ଜି ନିବେଶକାରୀଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆକୃଷ୍ଟ କରିବା ପାଇଁ ଚୀନରେ ଏକ ‘ମେକ୍ ଇନ୍ ଓଡିଶା’ ରୋଡ ଶୋର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ।

ସେପଟେ ପୁଞ୍ଜି ନିବେଶକାରୀଙ୍କୁ ଆମନ୍ତ୍ରଣ ହେଉ କି ସିଧାସଳଖ ଆଲୋଚନା, ତାହାର ମଙ୍ଗ ଧରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ନଜିର୍ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ କ୍ୟାମ୍ପେନରୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ସେଠାରେ ମଧ୍ୟ ମେକ୍ ଇନ୍ ଓଡିଶା ରୋଡ ଶୋ କରି ପୁଞ୍ଜି ନିବେଶକାରୀଙ୍କ ସହିତ ୱାନ ଟୁ ୱାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.