ଭୋଜନ ପରେ ଖାଆନ୍ତୁ ମିଠା! ଦୂରକରନ୍ତୁ ଭୟଙ୍କର ରୋଗ 

94

ଭାରତୀୟଙ୍କର ପ୍ରତି ଘରେ ଭୋଜନ ପରେ ମିଠା ଖାଇବା ଦେଖିବାକୁୁ ମିଳିଥାଏ । ଘରେ ବୟସ୍କମାନେ ମଧ୍ୟ ଏହି ପ୍ରଥାକୁ ମାନିଥାନ୍ତି । ପ୍ରଥମେ  ମସଲାଯୁକ୍ତ ଖାଦ୍ୟ ଖାଇବା ପରେ ଶେଷରେ ମିଠା ଖାଇବାକୁ କହିଥାନ୍ତି । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କାହିଁକି ଭୋଜନ ପରେ ମିଠା ଖାଇବାକୁ ଗୁରୁତ୍ୱ ଦିଆଯାଇଥାଏ । ତେବେ  ଭୋଜନ ଶେଷ ହେବା ପରେ କାହିଁକି  ମିଠା ଖାଇବା ଦିଆଯାଏ ଜାଣନ୍ତୁ ।

 – ଏହା ପଛରେ  ମଧ୍ୟ  ରହିଛି  ବୈଜ୍ଞାନିକ ଯୁକ୍ତି । ଆମେ ମସଲା ଯୁକ୍ତ ଖାଦ୍ୟ ପ୍ରଥମେ ଭୋଜନ କଲେ ଆମର ହଜମ ପ୍ରକ୍ରିୟା ଓ ଏସିଡ ପ୍ରବାହ ସକ୍ରିୟ ହୋଇଥାଏ । ଆମର ହଜମ ପ୍ରକ୍ରିୟା  ଠିକ ଭାବେ ହୋଇଥାଏ ।  ସେହିପରି ମିଠାରେ କାର୍ବୋହାଇଡ୍ରେଟ ରହିଛି  ଯାହା ପାଚନ ପ୍ରକ୍ରିୟାକୁ  ଧୀମା କରିଥାଏ । ଫଳରେ ପେଟର ପାଚନ ଶକ୍ତି ହ୍ରାସ ପାଇନଥାଏ  । ପେଟର ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ ।

– ପ୍ରଥମେ ମିଠା ଖାଇ ପରେ ମସଲାଦାର ଖାଦ୍ୟ ଖାଇଲେ ଶରୀରର ମୋଟାପଣ  ବଢିଥାଏ  ।

-ଏହା ଶରୀରର ଟ୍ରିପ୍ଟୋଫାନ ସେରାଟିନ ଶରୀରରେ ନର୍ଭଗୁଡିକ  ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ  । ସ୍ନାୟୁଜନିତ ରୋଗରୁ ଏହା ଦ୍ୱାରା ମୁକ୍ତି ମିଳିଥାଏ ।