ବାହା ହୋଇସାରି ଜେସିବିରେ ଘରକୁ ଗଲେ ବର, କନିଆ ! ଏମିତି ଗୃହ ପ୍ରବେଶ ଦେଖି ଆଶ୍ଚର୍ଯ୍ୟ ରହିଗଲେ ଲୋକ ।

43

ବର୍ତ୍ତମାନ ବାହାଘର ପରେ ଉଭୟ ନବବିବାହିିତ ଯୋଡି ସ୍ୱତନ୍ତ୍ର କାର କିମ୍ବା ପାଲିଙ୍କିରେ ଘରକୁ ଫେରିଥାନ୍ତି । ହେଲେ କେବେ ଆପଣ ଦେଖିଛନ୍ତି କି, ଜେସିବିରେ ବର ଓ ବଧୂ ଉଭୟ ଘରକୁ ଫେରିଥିବା ଘଟଣା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ ଘଟଣା । କର୍ଣ୍ଣାଟକରେ ଏକ ନବବିବାହିତ ଯୋଡି ବାହାବେଦିରୁ ଘରକୁ ଜେସିବିରେ ଫେରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁଚନା ମୁତାବକ ବାହା ହୋଇଥିବା ବର କର୍ଣ୍ଣାଟକର ଚେତ୍ତନ କାଲ୍ଲାକଟ୍ଟା ଦଶ ବର୍ଷ ଧରି ଏହି ଜେସିବିକୁ ଚଲାଉଛନ୍ତି । ତେବେ ବର ଚେତ୍ତନ କାଲ୍ଲାକଟ୍ଟାଙ୍କ ସାଙ୍ଗମାନେ ବାହାଘରକୁ ସ୍ମରଣୀୟ କରିବା ପାଇଁ ଜେସିବିରେ ଘରକୁ ଫେରିବାକୁ ଜିଦ କରିଥିଲେ । ଜେସିବିକୁ ମଧ୍ୟ ଏକ ବର, କନିଆ ଗାଡିଭଳି ଫୁଲ ଓ ବେଲୁନରେ ସଜ୍ଜିତ କରିଥିଲେ ସାଙ୍ଗସାଥୀ । ପରେ ବାହା ବେଦୀରୁ ଉଭୟ ବର ଓ ବଧୂଙ୍କୁ ଜେସିବିର ସାମ୍ନା ପାଶ୍ୱର୍ରେ ବସାଇ ରାଜରାସ୍ତାରେ ଅଣା ଯାଇଥିଲା । ବର-ବଧୂଙ୍କୁ ଲାଜ ଲାଗୁଥିଲେ ମଧ୍ୟ ସାଙ୍ଗମାନଙ୍କ ଜିଦ ଆଗରେ କାହାର କଥା ରହିବା କାଠିକର ପାଠ ହୋଇଯାଇଥିଲା ।

ତେବେ କର୍ଣ୍ଣାଟକର ଏହି ନବବିବାହିତ ଯୋଡିକୁ ସାଙ୍ଗମାନେ ଜେସିବିରେ ବସାଇ ବାହାବେଦିରୁ ଘରକୁ ଆଣିବା ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଚେତ୍ତନଙ୍କ ଏହି କାରନାମା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଗତବର୍ଷ ଆଉ ଏକ ବରଙ୍କ ବାହାବେଦି ପ୍ରବେଶ ନେଇ ଚର୍ଚ୍ଚା ହୋଇଥିଲା । ପାକିସ୍ତାନର ସୈଖୀ ଇରଫାନ ଗତବର୍ଷ ବାହାବେଦିକୁ ସିଂହ ଉପରେ ବସି ଏଣ୍ଟ୍ରି ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯାହାଫଳରେ ବଧୂ ସହ ମଣ୍ଡପରେ ଉପସ୍ଥିତ ଥିବା ସମସ୍ତ ସମ୍ପର୍କୀୟ ବରର ଏଭଳି ପ୍ରବେଶ ଦେଖି ଭୟବୀତ ହୋଇଯାଇଥିଲେ ।