ସାତ ଜନମର ସାଥୀ ହେବ କହି ଧୋକା ଦେଲା ସ୍ୱାମୀ ! ୧୧ଫର୍ଦରେ ପ୍ରେମବିବାହର କଷ୍ଟ ଲେଖି ଆତ୍ମହତ୍ୟା କଲେ ମହିଳା

136

ହସ ଖୁସିରେ ସଂସାର ଗଢିବା ପାଇଁ କରିଥିଲେ ପ୍ରେମବିବାହ । କିନ୍ତୁ ଅଳ୍ପ ଦିନ ମଧ୍ୟରେ ସବୁ ଖୁସି ପାଣିରେ ମିଳାଇଗଲା । ଦୁର୍ବିସହ ହୋଇପଡିଲା ଜୀବନ । ଶେଷରେ ୧୧ ଫର୍ଦରେ ଶ୍ୱଶୁର ଘରର ନିର୍ଯାତନା କାହାଣୀ ଓ ପ୍ରେମ ବିବାହର କଷ୍ଟ ଲେଖି ପଟିଆଲାର ୨୦ ବର୍ଷୟା ମହିଳା କାଞ୍ଚନ ଆତ୍ମହତ୍ୟା କରିଛନ୍ତି । କାଞ୍ଚନଙ୍କ ସୁଇସାଇଡ ନୋଟ ଆଧାରରେ ଶ୍ୱଶୁର ଘରର ଛଅ ଜଣ ଲୋକ ତାଙ୍କୁ ଆତ୍ମହତ୍ୟା କରିବାପାଇଁ ବାଧ୍ୟ କରିଥିବା ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍ ।

ସୁଇସାଇଡ ନୋଟରେ କାଞ୍ଚନ ଲେଖିଛନ୍ତି ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କର ଅନ୍ତରଙ୍ଗ ମୁହìର୍ତ୍ତର ଏମଏମଏସ ତିଆର କରିଥିଲେ । କେବଳ ଏତିକି ନୁହଁ ସାତ ଜନମର ସାଥୀ ହେବାର କଥାଦେଇ ଏମଏମଏସକୁ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା ତାଙ୍କ ସ୍ୱାମୀ । ମୃତକାଙ୍କ ବାପା କେସର ସିଂ କହିଛନ୍ତି କାଞ୍ଚନ ୩୦ ଅଗଷ୍ଟ ୨୦୧୬ରେ ରାଜପୁରାର ତେଜେନ୍ଦର ସିଂକୁ ପ୍ରେମ ବିବାହ କରିଥିଲେ । ଯେଉଁଥି ପାଇଁ ପରିବାର ଲୋକ କାଞ୍ଚନଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ ।

ମାର୍ଚ୍ଚ ମାସରେ କାଞ୍ଚନ ପରିବାର ଲୋକଙ୍କ ପାଖକୁ ଫୋନ କରି ଶ୍ୱଶୁର ଘରଲୋକ ତାଙ୍କୁ ନିର୍ଯାତନା ଦେଉଥିବା ଖଥା ଜଣାଇଥିଲେ । ଯାହା ପରଠାରୁ ଘର ଲୋକ କାଞ୍ଚନଙ୍କୁ ଘରକୁ ନେଇ ଆସିଲେ । ଘରକୁ ଆସିଲା ପରେ ମଧ୍ୟ ତା’ର ସ୍ୱାମୀ କାଞ୍ଚନଙ୍କୁ ହଇରାଣ କରୁଥିଲା । ଏଥିରେ ଅତିଷ୍ଠ ହୋଇ କାଞ୍ଚନ ପଟିଅଲା ଏଏପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ଏନେଇ କୌଣସି କେସ ଚାଲି ନଥିଲା । କାରଣ ଶ୍ୱଶୁର ଘରଲୋକେ କାଞ୍ଚନଙ୍କ ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ କରିଥିଲେ ।

ଏସବୁ କଥା ଅସହ୍ୟ ହେବାରୁ କାଞ୍ଚନ ଗଳାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମରିବା ପୂର୍ବରୁ ସୁଇସାଇଡ ନୋଟରେ ସେ ସବୁ କଥା ବର୍ଣ୍ଣନା କରିଥିଲେ । ଏହାସହ ଲେଖିଥିଲେ ମୋ ଉପରେ ମୋ ଦେଢଶୁର ଓ ଶ୍ୱଶୁରଙ୍କର ଖରାପ ନଜର ଥିଲା ଏବଂ ତା’ର ନିଜ ସ୍ୱାମୀ ଏନେଇ କୌଣସି ବିରୋଧ କରୁନଥିଲାର । ଏହାସହ ସମସ୍ତେ ତାଙ୍କୁ ବେଶ୍ୟାବୃତ୍ତି କରିବାପାଇଁ ବାଧ୍ୟ କରୁଥିଲେ ବୋଲି ସେ ସୁଇସାଇଡ ନୋଟରେ ଲେଖିଛନ୍ତି ।