ଇସ୍ରୋ ମିଶନକୁ ଝଟକା ! ଯୋଗାଯୋଗ ସାଟେଲାଇଟ ଜିସାଟ-ସିକ୍ସ-ଏ ସହ ଯୋଗାଯୋଗ ହେଲା ବିଚ୍ଛିନ୍ନ

30

କନକ ବ୍ୟୁରୋ: ଭାରତର ସବୁଠାରୁ ବଡ ଯୋଗାଯୋଗ ସାଟେଲାଇଟ ଜି ସାଟ-ସିକ୍ସ ଏ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏନେଇ ଆଜି ଇସ୍ରୋ ତରଫରୁ ସ୍ପଷ୍ଟ କରାଯାଇଛି । ଶୁକ୍ରବାର ଏହି ସାଟେଲାଇଟକୁ ଇସ୍ରୋ ମହାକାଶକୁ ପଠାଇଥିଲା । ତେବେ ଏହା ପ୍ରେରଣର ୨୪ ଘଂଟା ପରେ ଇସ୍ରୋ ଯୋଗାଯୋଗ କରିପାରୁନଥିବା ଜଣା ପଡିଛି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ପୂର୍ବାହ୍ନ ୧୦ଟା ଯାଏଁ ଉପଗ୍ରହର ଦ୍ୱିତୀୟ ଅରବିଟ୍-ରାଇଜିଙ୍ଗ୍ ଏକ୍ସରସାଇଜ୍ ଠିକ୍ ଚାଲିଥିଲା । ଯୋଜନା ଅନୁସାରେ ଲିକୁଇଡ୍ ଆପୋଜି ମୋଟର ଠିକ୍ ଫାୟାରିଙ୍ଗ୍ କରୁଥିଲା । କିନ୍ତୁ କେତେ ମୁହୂର୍ତ୍ତ ପରେ ଯୋଗାଯୋଗରେ କିଛି ତ୍ରୁଟି ଦେଖାଗଲା। ତତକ୍ଷଣାତ୍ ଇସ୍ରୋ ବିଜ୍ଞାନୀଗଣ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଗଲେ ।

ଅଭିଯାନ ସଂକ୍ରାନ୍ତର ଦିଆଯାଉଥିବା ଚିରାଚରିତ ଆନୁଷ୍ଠାନିକ ବିବୃତି ଯେମିତି ପ୍ରଥମେ ଗୁରୁବାର ପୂର୍ବାହ୍ନ ୯ଟା ୨୨ମିନିଟରେ ଦିଆ ଯାଇଥିଲା, ତାହା ଆଉ ଦିଆଯାଇ ନାହିଁ । ତୃତୀୟ ଅରବିଟ୍ ରାଇଜିଙ୍ଗ୍ ଏକ୍ସରସାଇଜ୍ ବିଷୟରେ ମଧ୍ୟ କୌଣସି ଖବର ନାହିଁ । ହୁଏତ ବୈଜ୍ଞାନିକମାନେ ସେ ଉପଗ୍ରହ ସହ ଯୋଗସୂତ୍ର ସ୍ଥାପନ କରି ପାରୁ ନାହାନ୍ତି କିଂବା ତାହା ଅସଜ ହୋଇ ଯାଇଥିବାରୁ ସେ ସମ୍ପର୍କରେ କିଛି କହୁ ନାହାନ୍ତି । ଇସ୍ରୋର ଅଧ୍ୟକ୍ଷ କେ ଶିବନ ମଧ୍ୟ ଶନିବାର ଦିନ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।