ନିର୍ବାଚନ ସରିଲା ତେଲଦର ବଢ଼ିଲା । କ’ଣ କର୍ଣ୍ଣାଟକ ନିର୍ବାଚନ ପାଇଁ ବୃଦ୍ଧି ହେଉ ନଥିଲା ତେଲ ଦର ?

46

ଅର୍ନ୍ତଜାତୀୟ ବଜାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ତୈଳଦର ହଠାତ୍ ୧୯ ଦିନର ବ୍ୟବଧାନ ପରେ ପୁଣି ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୧୭ ପଇସାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୨୧ ପଇସାକୁ ବୃଦ୍ଧି ହୋଇଛି । ତେବେ ଏପ୍ରିଲ ୨୪ ତାରିଖ ପରଠାରୁ ଗତକାଲି ପର୍ଯ୍ୟନ୍ତ ତୈଳ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନଥିଲା । ଆଜି ହଠାତ୍ ତୈଳ ଦର ବୃଦ୍ଧିରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ ଓ ଜନତା ।

କାରଣ କର୍ଣ୍ଣାଟକ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ପରଠାରୁ ୧୯ଦିନ ହେବ ତୈଳ ଦରରେ କୌଣସି ପରିବର୍ତ୍ତନ ଦେଖାଯାଇନଥିଲା । ହଠାତ୍ ଏଭଳି ତୈଳଦର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କୁ ବିରୋଧୀମାନେ ଟାର୍ଗେଟ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି ଯେ “କର୍ଣ୍ଣାଟକ ନିର୍ବାଚନ କେବଳ ଇଣ୍ଟ୍ରଭାଲ ବ୍ରେକ ଭଳି , ଏଭଳି ତୈଳଦର ବୃଦ୍ଧି କରି ଅଧିକ ଟ୍ୟାକ୍ସ ଆଦାୟ କରିବା ଲୋକମାନଙ୍କ ଉପରେ ବୋଝ ସଦୃଶ ।

ଏବେ ଜନତାଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କ’ଣ କର୍ଣ୍ଣାଟକ ନିର୍ବାଚନ ପାଇଁ ତୈଳ ଦରରେ କୌଣସି ପରିବର୍ତ୍ତନ କରୁ ନଥିଲେ କେନ୍ଦ୍ର ସରକାର । ଯେଉଁଠି ଏକ ମାସ ମଧ୍ୟରେ କେନ୍ଦ୍ର ସରକାର ୨ ରୁ ୩ ଥର ତୈଳ ଦର ବୃଦ୍ଧି କରୁଥିଲେ କାହିଁକି ଠିକ୍ କର୍ଣ୍ଣାଟକ ନିର୍ବାଚନ ପାର୍ଥୀପତ୍ର ଦାଖଲ ଶେଷ ତାରିଖ ପରଠାରୁ ସ୍ଥିର ରହିଥିଲା ତେଲ ଦର । ସରକାରଙ୍କ ଏଭଳି ନିିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।