ନକ୍ସଲଙ୍କୁ ନବୀନ ଦେଲେ ମନ୍ତ୍ର : ବିକାଶର ପ୍ରତୀକ ସାଜିଲା ସେତୁ , ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ।

50

ମାଓବାଦୀଙ୍କୁ ନବୀନଙ୍କ ମନ୍ତ୍ର । ଗୁରୁପ୍ରିୟା ସେତୁର ଲୋକାର୍ପଣ କରିବା ପରେ ମାଓବାଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଏବେ ଇତିହାସ ପାଲଟିଥିବା ଗୁରୁପ୍ରିୟା ସେତୁ ସହ ‘ବିଛିନ୍ନାଞ୍ଚଳ’ଙ୍କ ଭାଗ୍ୟ ବଦିଳବା ସହ ସେମାନଙ୍କ ମୁଣ୍ଡରେ ଲାଗିଥିବା କଟ-ଅଫ ଏରିଆର ଟ୍ୟାଗ ମଧ୍ୟ ଲିଭିଗଲା ।  ଏହି ‘ଗୁରୁପ୍ରିୟା’ ସେତୁ ଗର୍ବ, ଶାନ୍ତି, ପ୍ରଗତିର ପ୍ରତୀକ ଭାବେ ସ୍ପୃଟ୍ୟମାନ ହୋଇଛି । ତେଣୁ ନସ୍କଲଙ୍କୁ ଏହି ବିକାଶର ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ମଧ୍ୟ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି ନବୀନ । ଗୁରୁପ୍ରିୟା ସେତୁକୁ ସେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ବୋଲି ଟ୍ୱିଟ କରି ଜଣାଇଛନ୍ତି ମୁ୍ଖ୍ୟମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟର ସମସ୍ତ ଅଞ୍ଚଳକୁ ପ୍ରାଧାନ୍ୟ ଦେବା ଆମର ପ୍ରାଥମିକତା ବୋଲି ଜଣାଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ହିଂସା ଛାଡ଼ିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗୁରୁପ୍ରିୟା ସେତୁକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ନିଜ ଖୁସିକୁ ପରିପ୍ରକାଶ କରିଛନ୍ତି । ଦୀର୍ଘ ୫ ଦଶନ୍ଧି ଧରି ୧୫୧ଟି ଗାଁ ବିଚ୍ଛିନ୍ନାଞ୍ଚଳ ହୋଇ ରହିଥିଲା । ଏବେ ଏହି ଇତିହାସକୁ ବାସ୍ତବତାର ରପୂ ଦେଇ ତାଙ୍କୁ ଆନନ୍ଦିତ କରିଛି ବୋଲି ନିଜ ଟ୍ୱିଟରରେ ପ୍ରକାଶ କରିଛନ୍ତି ନବୀନ ।gurupriya setu

ତେବେ ବିଚ୍ଛିନ୍ନାଂଚଳ ର ଲାଇଫ ଲାଇନ କୁହା ଯାଉ ଥିବା ଏହି ପୋଲ ଉଦଘାଟନ ପରେ ୧୫୧ ଗାଁ ର ୩୫ ହାଜାର ଲୋକଙ୍କ ମୁଣ୍ଡ ଉପରୁ କଟ ଅଫ ଏରିଆ ର ଟ୍ୟାଗ ଲାଇନ ହଟିଯାଇଛି । ତେବେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେତେ ତତପରତା ର ସହ ସେଇ ଅବହେଳିତ ଅଂଚଲ ର ବିକାଶ କରିବା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । କିନ୍ତୁ ୨୦୦୫ ମସିହାରେ ଅଧାଗଢ଼ା ହୋଇଥିବା ସ୍ୱପ୍ନକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡାଇଦେଇଥିଲେ । ହେଲେ ବାସ୍ତବିକତାର ରୂପନେଇଥିବା ଗୁରୁପ୍ରିୟାକୁ ସେତୁକୁ କିଭଳି ସୁରକ୍ଷା ଦେବେ ସେନେଇ ମାଓବାଦୀଙ୍କୁ ଏହି ବିକାଶସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।