ଜିଏସଟି ପରେ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ ! ପରିବର୍ତ୍ତିତ ମୂଲ୍ୟରେ ଜିନିଷ ବିକ୍ରି କରନ୍ତୁ, ନହେଲେ ଜେଲ ଯାଆନ୍ତୁ

31

୧ ଜୁଲାଇରେ ଜିଏସଟି ଲାଗୁ ପରେ ଗ୍ରାହକ ଏମଆରପି ଉପରେ ଅନେକ ଅଭିଯୋଗ ଆଣୁଥିଲେ । ଏନେଇ ସରକାର ଶୁକ୍ରବାର ଉପଭୋକ୍ତା ସଂରକ୍ଷଣ ଆଇନରେ ସଂଶୋଧନ ଆଣିବା ପାଇଁ ନିଷ୍ପତି ନେଇଛନ୍ତି । ଜିଏଟି ନିୟମ ଅନୁସାରେ ଏହି ଆଇନକୁ ବ୍ୟବସାୟୀ ଲାଭ ଉପରେ ପାସ୍ କରନ୍ତୁ ବୋଲି ସରକାର କହିଛନ୍ତି । ବିକ୍ରେତାମାନେ ଯଦି ନୂତନ ଜିନିଷ ଓ ବିକ୍ରି ହୋଇନଥିବା ଜିନିଷ ଉପରେ ପରିବର୍ତ୍ତିତ ଦାମ ଲାଗୁ ନକରନ୍ତି ତେବେ ସେମାନେ ଦଣ୍ଡ ପାଇବା ସହ ଜେଲ ମଧ୍ୟ ଯାଇପାରନ୍ତି ।

ଏହି ବ୍ୟବସ୍ଥା ଲିଗାଲ ମେଟ୍ରୋଲୋଜି ଅଧିନିୟମ ୨୦୦୯ ଅନୁସାରେ ଲାଗୁ ହୋଇଛି । ଜିଏସଟି ଲାଗୁ ପରେ ଗ୍ରାହକମାନେ ବାରମ୍ବାର ଏମଆରପି ମୂଲ୍ୟ ଉପରେ ଅଭିଯୋଗ ଆଣୁଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ସରକାର ଏହାପୂର୍ବରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବ୍ୟବସାୟୀଙ୍କୁ ନୂଆ ଏମଆରପି ଷ୍ଟିକର ସହ ପୂର୍ବ ଷ୍ଟକକୁ ବିକ୍ରି କିରବା ପାଇଁ ଅନୁମତି ଦେଇଥିଲେ ।