ସ୍ତ୍ରୀ ଅତ୍ୟାଚାର ସହିନପାରି କାନ୍ଦି କାନ୍ଦି ଥାନାରେ ପହଞ୍ଚିଲା ସ୍ୱାମୀ ! କହିଲେ ଘର ପୋଛା ଠାରୁ ଆରମ୍ଭ କରି ବାସନ ମଜାଉଛି ସ୍ତ୍ରୀ ।

189

ଗ୍ରେଟର ନୋଏଡାର ଦନକୋର କୋତୱାଲିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ପାଖରୁ ଅତ୍ୟାଚାରର ଶିକାର ହୋଇ ଶେଷରେ ସାହାଯ୍ୟ ପାଇଁ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଏହି ବ୍ୟକ୍ତିଜଣକ ଦନକୋର ଏରିଆର ଏକ କଲୋନୀରେ ରହୁଛନ୍ତି ।

ତିନି ବର୍ଷ ପୂର୍ବେ ସମ୍ପୃକ୍ତ ବ୍ୟକ୍ତିଙ୍କର ବିବାହ ହୋଇଥିଲା । ତେବେ ସ୍ୱାମୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଗତ କିଛି ମାସ ଧରି ତାଙ୍କ ସ୍ତ୍ରୀ କ୍ରମାଗତ ଭାବେ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଜେଲ ପଠାଇବାର ଧମକ ଦେଇ ଘରର ସମସ୍ତ କାର୍ଯ୍ୟ ତାଙ୍କ ଦ୍ୱାରା କରାଉଛନ୍ତି ।

husband-ask-police-for-help-after-getting-trouble-by-wife

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ୱାମୀ ଜଣଙ୍କ କାନ୍ଦି କାନ୍ଦି ପୋଲିସ ଥାନାରେ ପହଞ୍ଚିଥିଲେ । ଏବଂ ନିଜ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ପୋଲିସକୁ ନିଜ ନିର୍ଯ୍ୟାତିତ ହେବାର କାହାଣୀ ଶୁଣାଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଘରର ସମସ୍ତ କାମ ତାଙ୍କ ଦ୍ୱାରା କରାଉଛନ୍ତି । କପଡା ଧୋଇବା ଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତ କରିବା ଏପରିକି ଘରର ପୋଛା ମାରିବା କାମ ମଧ୍ୟ ତାଙ୍କୁ କରିବାକୁ ପଡୁଛି ।

ତେବେ ଏପରି କାମ କରିବାକୁ ମନା କଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ଫସାଇ ଜେଲ ପଠାଇଦେବାର ଧମକ ଦେଉଛନ୍ତି ସ୍ତ୍ରୀ । ଏଥିରେ ବିରକ୍ତ ହୋଇ ସ୍ୱାମୀଜଣଙ୍କୁ ନିଜ ଚାକିରୀ ମଧ୍ୟ ଛାଡିବାକୁ ପଡିଛି । କିନ୍ତୁ ସେ ବାରମ୍ବାର ନିର୍ଯ୍ୟାତିତ ହେବାରେ ଲାଗିଛନ୍ତି । ଆଉ ଏହି ଘଟଣାକୁ ନେଇ ସ୍ତ୍ରୀଙ୍କର ପରିବାରକୁ ଜଣାଇବା ପରେ ସ୍ୱାମୀଙ୍କୁ ଆହୁରି ଅଧିକ ହଇରାଣ କରୁଛନ୍ତି ସ୍ତ୍ରୀ ।

ପ୍ରଥମେ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ସହ ଲୁଗାପଟା ଧୋଇବା ପାଇଁ ପଡୁଥିଲା । କିନ୍ତୁ ଅଭିଯୋଗ କରିବା ପରେ ତାଙ୍କୁ ଏହି ସବୁ କାମ ସହ ଘରର ପୋଛା ମଧ୍ୟ ମାରିବାକୁ ପଡୁଛି । ଆଉ ଏହି କାରଣ ପାଇଁ ସେ ନୋଏଡାର ଯେଉଁ କମ୍ପାନୀରେ କାମ କରୁଥିଲେ, ସେଠାରେ ସବୁବେଳେ ବିଳମ୍ବରେ ପହଞ୍ଚୁଥିଲେ । ଏଥିପାଇଁ ତାଙ୍କୁ ଚାକିରୀ ମଧ୍ୟ ଛାଡିବାକୁ ପଡିଛି । ଏହି ଘଟଣାକୁ ନେଇ ପୋଲିସର କଥା, ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ପରିବାରିକ କଳହ ଅଟେ । ଯାହାକୁ ପରିବାର ପରାମର୍ଶ କେନ୍ଦ୍ର ସହାୟତାରେ ସମାଧାନ କରାଯିବ ।