ଚାକିରୀ ମିଳିବା ପରେ . . . . . . କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ?

177

• କର୍ମକ୍ଷେତ୍ରରେ ସମୟ ଜ୍ଞାନ ରହିବା ନିହାତି ଆବଶ୍ୟକ । ଅଫିସରେ ଠିକ୍ ସମୟରେ ପହଞ୍ଚନ୍ତୁ । ବିଳମ୍ବରେ କାର୍ଯ୍ୟୋଳୟରେ ପହଞ୍ଚିବା ଦ୍ୱାରା ବସ୍ ବିରକ୍ତ ହେବା ସହ ଆପଣଙ୍କ ଇମ୍ପ୍ରେସନ ମଧ୍ୟ ଖରାପ ହୋଇପାରେ । ଯାହା ଆପଣଙ୍କ କାର୍ଯ୍ୟଦକ୍ଷତାରେ କୁପ୍ରଭାବ ପକାଇପାରେ । ତେଣୁ ଚେଷ୍ଟା କରି କାର୍ଯ୍ୟାଳୟରେ ଠିକ୍ ସମୟରେ ପହଞ୍ଚନ୍ତୁ ।

• ଅଫିସରେ ଦିଆ ଯାଉଥିବା କାମ ଗୁଡିକୁ ନିର୍ଭୁଲ ଭାବରେ କରିବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ବସ୍ ଆପଣଙ୍କ ଉପରେ ଖୁୁସି ହେବେ । ଯଦି କାମ ଗୁଡିକ ଠିକରେ ନକରି ଭୁଲଭାଲ କରିବେ, ତେବେ କମ୍ପାନୀ ଆପଣଙ୍କ ଉପରୁ ବିଶ୍ୱାସ ହରାଇବ । ଫଳରେ କୌଣସିି ବି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ସେମାନେ ଆପଣଙ୍କୁ ଦେବେ ନାହିଁ ।

• କାର୍ଯ୍ୟାଳୟରେ ସବୁବେଳେ ଅନ୍ୟ ସହକର୍ମୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ସମସ୍ତେ ଆପଣଙ୍କ ଉପରେ ଖୁୁସି ହୋଇଯିବେ । ଉପରିସ୍ତ କର୍ମଚାରୀ ଓ ବସ୍ ଆପଣଙ୍କ ଉପରେ ଭରସା କରିବେ । ଏପରି ହେବା ଦ୍ୱାରା ଆପଣଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିବାର ସମ୍ବାବନା ରହିଛି ।

• ଯଦି ଅଫିସରେ ଆପଣଙ୍କୁ ଅଧିକ କାମ ଦେଉଛନ୍ତି, ତେବେ ମନରେ ନକରାତ୍ମକ ଚିନ୍ତା ନଆଣି ମନ ଦେଇ କାମ କରନ୍ତୁ । ଏହାଦ୍ୱାରା ଆପଣ ଆଗକୁ ବଢ଼ିପାରିବେ ଓ ଆଗକୁ ଆପଣଙ୍କ ପାଇଁ ନୂତନ ସମ୍ବାବନା ମଧ୍ୟ ସୃଷ୍ଟି ହୋଇପାରେ ।

• ଯଦି ଆପଣଙ୍କୁ ଅଫିସରେ ବହୁତ କାମ ପଡୁଛି ଓ ଆପଣ ଭୁଲିଯାଉଛନ୍ତି ତବେ ସବୁ କଥାକୁ ଡାଏରୀରେ ଲେଖିି ରଖନ୍ତୁ । ମଝିରେ ଡାଏରୀ ଖୋଲି ଆପଣ କାମ ଗୁଡିକୁ ମନେ କରିପାରିବେ ।

ଏହାସହ ପଢ଼ନ୍ତୁ – ଉତ୍ତମ ନିଦ୍ରା ପାଇଁ ଉପଯୁକ୍ତ ଖାଦ୍ୟପେୟ ଓ ଜୀବନଶୈଳୀ ଜରୁରୀ . . . . . .