ବିପଦସଙ୍କୁଳ ଅବସ୍ଥାରେ ବି ଲୋକଙ୍କ ଚିନ୍ତା। ଫୋନି ପ୍ରଭାବିତଙ୍କୁ ବିଜୁଳି ଯୋଗାଇଦେବା ପାଇଁ ବିଦ୍ୟୁତ୍ କର୍ମଚାରୀଙ୍କ ବିପଦପୂର୍ଣ୍ଣ ପ୍ରୟାସ ,ଦେଖନ୍ତୁ ଭିଡିଓ

475

ଭୟଙ୍କରୀ ବାତ୍ୟା ଫୋନିର କରାଳ ରୂପରୁ ବର୍ତ୍ତି ପାରିନି ଓଡ଼ିଶା । ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ବିଦ୍ୟୁତ୍ ସଂକଟ ଲାଗିରହିଛି । ତେବେ ଯୁଦ୍ଧକାଳୀନ ସ୍ଥିତିରେ ଏବେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ମଚାରୀ ଦିନରାତି ଲାଗି ବିଦ୍ୟୁତ୍ ସଜାଡିବାରେ ଲାଗି ପଡିଛନ୍ତି । ସୋସିଆଲ୍ ମିଡିଆରେ ବିଦ୍ୟୁତ୍ କର୍ମଚାରୀଙ୍କ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ୍ ହେଉଛି । ଉଦୁଉଦିଆ ଖରାରେ କିଭଳି କିଏ ପୋଲ ଉପରେ ତ ଆଉ କିଏ ନିଆଁ ପରି ଗରମ ଥିବା ରଡ୍ କୁ ଧରି ବିଦ୍ୟୁତ୍ ସଜାଡୁଛନ୍ତି ।

ତେବେ ଏହି ଭିତରେ ମହାନଦୀର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଫୋନିରେ କିଭଳି ବିଦ୍ୟୁତ୍ ବିଭାଗ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରେ ବିଦ୍ୟୁତ୍ ସଜାଡିବାର ଦେଖିବାକୁ ମିଳୁଛନ୍ତି । ବିଡାନାସି ଏବଂ ଚୌଦ୍ୱାର ଲାଇନରୁ ୧୬ ରୁ ୧୩୨ କେଭି ଲାଇନ୍ ପାଣି ଭିତରେ କିଭଳି କର୍ମଚାରୀମାନେ ଇଲେକ୍ଟ୍ରି ସାମଗ୍ରୀକୁ ବୋହି ନେଉଛନ୍ତି ତାହା ଦେଖାଯାଉଛି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ବିଦ୍ୟୁତ୍ କର୍ମଚାରୀଙ୍କ ସାହସ ଏବଂ କର୍ମପ୍ରବଣତାକୁ ସଲାମ୍ କରୁଛନ୍ତି ।

Comments are closed.