ପ୍ରଥମେ ବାହୁବଳୀ ଆଉ ଏବେ ଧୋନୀ, କୋହଲୀ । ରିଲରୁ ରିଅଲ ଦୁନିଆ ଯାଏଁ ସଡକ ସୁରକ୍ଷାର ବାର୍ତ୍ତା । ସଚେତନ କରୁଛି କେନ୍ଦୁଝର ପୋଲିସ

40

କନକ ବ୍ୟୁରୋ : ଓଡିଶାର କେନ୍ଦୁଝର ଜିଲ୍ଲା ପୋଲିସ ସୋସିଆଲ ମିଡିଆ ଜରିଆରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଖେଳାଳିମାନଙ୍କର ଫଟୋ ଏପରି ଭାବରେ କରିଛନ୍ତି କି ଯାହାକୁ ଦେଖିଲୋକମାନେ ସଚେତନ ହେବେ । ଗତକାଲି ସନ୍ଧ୍ୟାରେ କେନ୍ଦୁଝର ପୋଲିସ କିକ୍ରେଟର ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲିଙ୍କର ଖେଲିବା ଓ ବାଇକ ଚଲାଇବା ସମୟରେ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହା ପ୍ରକୃତ ଉଦ୍ଦେଶ୍ୟ ରହିଛି କି ଜନସାଧାରଣମାନେ ଯେତେବେଳେ ଗାଡି ଚଳାଉଛନ୍ତି କିପରି ଭାବରେ ହେଲମେଟ ପିନ୍ଧିବେ ଯାହାଦ୍ୱାରା କି ସେମାନେ ସୁରକ୍ଷିତ ରହିବେ । ଏହାସହ ସେହି ପୋଷ୍ଟରେ ଲେଖାଯାଇଛି ଯେ, ଏକା ସାଙ୍ଗରେ କିପରି ଭାବରେ ଖେଳିବା ବେଳେ ଓ ବାଇକ ଚଳାଇବା ପରେ ସେମାନେ ହେଲମେଟ ପିନ୍ଧୁଛନ୍ତି । ସେମାନେ କେତେବେଳେ ମଧ୍ୟ ହେଲମେଟକୁ ନିଜଠାରୁ ଦୂରେଇ ରଖୁନାହାନ୍ତି । ତେବେ ଆମ୍ଭେମାନେ ଏହା କରୁନାହାନ୍ତି କାହିଁକି ବୋଲି କୁହାଯାଇଛି । ଏହାକୁ ପୋଷ୍ଟ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନେ କେଉଁଭଳି ଭାବରେ ଏହି ଫଟୋକୁ ଦେଖିବା ସହ ଟ୍ରାଫିକ ରୁଲ ଭାଙ୍ଗିବେ ନାହିଁ ତାହା ଏହାର ଲକ୍ଷ୍ୟ ।

 

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝରର ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ. ଆମେ ମାନେ ଯେଉଁ ଫଟୋକୁ ପୋଷ୍ଟ କରିଛୁ ସୋସିଆଲ ମିଡିଆରେ ତାହାର ଉଦ୍ଦେଶ୍ୟ ହେଉଛି କିପରି ଭାବରେ ଲୋକମାନେ ସଚେତନ ହେବେ । ଖାସ କରି ଦୁଇ ଚକିଆ ଯାନ ଚଳାଉଥିବା ଲୋକମାନେ ହେଲମେଟ ପିନ୍ଧୁନାହାନ୍ତି ଯେଉଁଥିରେ ଅନେକ ଦୁର୍ଘଟଣା ହେଉଛି । ତେଣୁ ଆଜାକାଲିର ଲୋକମାନେ ଅନେକ ସୋସିଆଲ ମିଡିଆରେ ଆକଟିଭ ଅଛନ୍ତି । ତେଣୁ ଏହାକୁ ସୋସିଆଲ ମିଡିଆରେ ଛାଡିବା ପରେ ଅନେକ ଲୋକ ଦେଖିବେ ଓ ସଚେତନ ହେବେ ବୋଲି ଆମର ବିଶ୍ୱାସ । ଏହାସହ ଜଣାପଡିଛି ଯେ, ଜୁଲାଇ ୨୯ ତାରିଖରେ ଜିଲ୍ଲା ପୋଲିସ କେତେକ ବଲିଉଡ ଫିଲ୍ମଷ୍ଟାର ବାହୁବଳୀ, ସଲମାନ ଖାନ, ଆଦିତ୍ୟ ରାଏ କାପୁର, ମାଧୁରୀ ଦିକ୍ଷିତ ଓ କ୍ୟଟ୍ରିନା କେଫଙ୍କ ଭଳି କେତେକ ଷ୍ଟାର ବାଇକ ଚଳାଇବା ବେଳେ କିପରି ଭାବରେ ହେଲମେଟ ପରିଧାନ କରୁଛନ୍ତି ।

 

ଅନେକ ସମୟରେ ଲୋକମାନେ କେବଳ ଚେକିଂ ସମୟରେ ଅଥବା ଟ୍ରାଫିକ ପାଖରେ ହେଲମେଟ ପିନ୍ଧି ଯାଉଛନ୍ତି ଓ ନଚେତ ନିଜ ହାତରେ କିମ୍ବାଂ ଗାଡିରେ ହେଲମେଟ ରଖୁଛନ୍ତି । କେବଳ ସଦର ମହକୁମା ନୁହେଁ ବରଂ ବଡବିଲ. ଯୋଡା, ଭଦ୍ରାପଶି, ବିଲେଇପଦା ଓ ଚମ୍ପିଆ ସ୍ଥାନରେ ମଧ୍ୟ ଏପରି ଆୟୋଜନ କରାଯାଉଛି । ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ରାଜ୍ୟ ସରକାର ନିଜ ରାଜାରେ କିପରି ଭାବରେ ଲୋକମାନେ ଗାଡିମଟର ଚଳାଇବା ବେଳେ ସଚେଚନ ହେବେ ସେନେଇ ଦାୟିତ୍ୱ ରାଜ୍ୟ ସରକାରଙ୍କର । ତେଣୁ ଲୋକମାନେ ଗାଡି ଚଳାଇବା ସମୟରେ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ଆରକ୍ଷୀ ଅଧିକ୍ଷକ ପଙ୍କଜ କହିଛନ୍ତି ।

 

କେନ୍ଦୁଝରରେ ଅନେକ ସମୟରେ ମାଇନ୍ସକୁ ଟ୍ରକ ଗୁଡିକ ମାଲ ପରିବହନ କରିବା ଲାଗି ସହର ମଧ୍ୟରେ ଯାଇଥାଆନ୍ତି । ତେଣୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ । ୨୦୧୭ ମସିହାରେ ଜିଲ୍ଲାରେ ୩୧୨ଜଣଙ୍କ କେବଳ ଦୁର୍ଘଟଣାରେ ପ୍ରାଣ ଯାଇଥିବା ପୋଲିସ ସୂଚନା ଦେଇଛି । ଯଦି ୨୦୧୮ ମସିହାର ପ୍ରଥମ ତିନିମାସ ଦେଖିବା ତେବେ ୬୭ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହାସହ ୨୦୧୭ ମସିହାରେ ୧୦ ଲକ୍ଷ ଟଙ୍କା ଲୋକମାନଙ୍କ ପାଖରୁ ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।