ନୋଟବନ୍ଦୀ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୧୮ହଜାର ୧୩୫ ଏଟିଏମ ଅଚଳ ! ଆରଟିଆଇ ମାଧ୍ୟମରେ ମିଳିଲା ସୂଚନା

35

କନକ ବ୍ୟୁରୋ : ନୋଟବନ୍ଦୀ ପରେ ୨୧ମାସ ପରେ ଭାରତର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର ୧୮,୧୩୫ ଶାଖାରେ ଏବେବି ନୂଆ ନୋଟ ପସାଯାଇ ପାରିବ ନାହିଁ । ତେବେ ଏଥି ପାଇଁ ବ୍ୟାଙ୍କ ୨୨.୫୦ କୋଟି ଟଙ୍କା ଖର୍ଚ୍ଚ କରି ୪୧ହଜାର ୩୮୬ ଏଟିଏମକୁ ନୂଆ ରୂପ ଦିଆଯାଇଛି । ତେବେ ଏପରି ଖବର ମିଳିପାରିଛି ମଧ୍ୟପ୍ରଦେଶର ନିବାସୀ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ପାଇଂ । ତେବେ ମିଳିଥିବା ସୂଚନା ଅନୁସାରେ ସାରା ଭାରତରେ କେତେ ପରିମାଣରେ ବ୍ୟାଙ୍କର ଏଟିଏମ ନୋଟବନ୍ଦୀ ସମୟରେ ନଷ୍ଟ ହୋଇଛି ତାହା ଜାଣିବା ପାଇଂ ଆରଟିଆଇ ଜରିଆରେ ପଚାରିଥିଲେ । ତେବେ ତାଙ୍କୁ ଏସବିଆଇ ସମସ୍ତ ପ୍ରକାର ତଥ୍ୟ ଦେଇଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ସମୟରେ କେତେ ବ୍ୟାଙ୍କ ଏଟିଏମରେ ୨୦୦୦,୫୦୦ ଓ ୨୦୦ଟଙ୍କା ଭର୍ତ୍ତି କରାଯାଇ ପାରିବ ସେବିଷୟରେ ମଧ୍ୟ ସମସ୍ତ ତଥ୍ୟ ବ୍ୟାଙ୍କ ଦେଇଛି ।

 

ତେବେ ନୋଟବନ୍ଦୀ ପୂର୍ବରୁ ଯେଉଂ ଭଳି ଭାବରେ ବ୍ୟାଙ୍କ ଏଟିଏମର ନିର୍ମାଣ କରାଯାଇଥିଲା ସେଥିରେ ବର୍ତ୍ତମାନ ସମୟରେ ପ୍ରଚଳିତ ଟଙ୍କା ପସାଇବା ସମ୍ଭବ ନୁହେଁ । ତେଣୁ ସେହିସବୁ ଏଟିଏମକୁ ନୂଆ ଭାବରେ ଗଠନ କରିବା ପାଇଂ ହେଲେ ସମୟର ମଧ୍ୟ ଆବଶ୍ୟକତା ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହାରେ ୫୦୦ ଓ ୧୦୦୦ଟଙ୍କାର ପୁରୁଣା ନୋଟ ଉପରେ ରୋକ ଲଗାଇଥିଲେ । ଏହାପରେ ଭାରତୀୟ ବ୍ୟାଙ୍କ ନୂତନ ଭାବରେ ୨ଶହ, ପାଞ୍ଚଶହ ଓ ଦୁଇ ହଜାର ଟଙ୍କାର ଛପାଇଥିଲା । ତେବେ ନୋଟବନ୍ଦୀ ସମୟରେ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଏଟିଏମ ସଠିକ ଭାବରେ କାର୍ଯ୍ୟକାରୀ ହୋଇନଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।