ଆକାଉଣ୍ଟରେ ଥିଲା ୯ କୋଟିରୁ ଅଧିକ ଟଙ୍କା ! କିନ୍ତୁ ପ୍ରତିଦିନ ମାଗୁଥିଲେ ଭିକ, ମୃତ୍ୟୁ ପରେ ଖୋଲିଲା ରହସ୍ୟ ।

46

କୁହାଯାଏ ଟଙ୍କା ଥିଲେ ଦୁନିଆର ସବୁ ଖୁସି କିଣିହୁଏ । କିନ୍ତୁ ଶାରୀରିକ ଭାବରେ ଅକ୍ଷମ ଜଣେ ମହିଳା ଭିକାରିଣୀଙ୍କର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ସେ ରୋଗ ଗ୍ରସ୍ତ ହୋଇ ମୃତ୍ୟୁବରଣ କରିିଛନ୍ତି । ମୃତ୍ୟୁ ବଡ କି ଛୋଟ ଲୋକ ବାଛି ନଥାଏ । ତେଣୁ ମଣିଷ ପାଖରେ ଯେତେ ଟଙ୍କା ଥାଉନା କାହିଁକି ସମୟ ଆସିଲେ ତାର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ ।

ପ୍ରକୃତ କଥା ହେଉଛି ଫାତିମା ନାମକ ଏକ ଭିକାରିଣୀ ଯିଏକି ଶାରୀରିକ ଭାବରେ ଅକ୍ଷମ ଥିଲେ । ରାସ୍ତାର ଗୋଟିଏ ପାଖରେ ପ୍ରତିଦିନ ବସି ଭିକ ମାଗୁଥିଲେ । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ବ୍ୟକ୍ତିମାନେ ଏହି ଅକ୍ଷମ ମହିଳା ଜଣଙ୍କୁ ଭିକ ଦେଇଥାନ୍ତି । କିନ୍ତୁ ଗତକାଲି ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସ କହିବା ଅନୁଯାୟୀ, ଲେବାନର ରାଜଧାନୀ ବେରୁତରେ ଏକ ରାସ୍ତା କଡରେ ଭିକ ମାଗୁଥିବା ଏହି ଭିକାରିଣୀର ମୃତ୍ୟୁ ପରେ ଯେତେବେଳେ ତାର ଛୋଟ ବାସ ଘରୁ ବ୍ୟାଙ୍କ ଆକାଉଣ୍ଟ ବହି ମିଳିଲା ସେତେବେଳେ ପୋଲିସ ତାର ବ୍ୟାଙ୍କ ଆକାଉଣ୍ଟର ଖାତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଫାତିମାଙ୍କ ଆକାଉଣ୍ଟରେ ୯ କୋଟି ଟଙ୍କା ଥିବା ଜାଣିବାକୁ ପାଇଥିଲେ ପୁଲିସ । କେବଳ ସେତିକି ନୁହେଁ ଫାତିମାଙ୍କ ଘରୁ ପ୍ରାୟ ୨ ଲକ୍ଷ ୨୪ ହଜାର ୧୭୫ ଟଙ୍କା ମଧ୍ୟ ବାହାରିଥିବା ପୋଲିସ ସୂଚନାରୁ ଜଣାପଡିଛି । ତେବେ ଏନେଇ ପୋଲିସ ଯେତେ ଆଶ୍ଚର୍ଯ୍ୟ ଅଛନ୍ତି ତାଠାରୁ ଅଧିକ ଆଶ୍ଚର୍ଯ୍ୟ ଅଛନ୍ତି ନିକଟରେ ଥିବା ଲୋକ ମାନେ । ଯେଉଁ ମାନେକି ପ୍ରତିଦିନ ସେହି ଭିକାରିଣିକୁ ପଇସା ଦେଉଥିଲେ ।  ପୁଲିସ ରିପୋର୍ଟ ଅନୁସାରେ, ମହିଳା ଜଣଙ୍କ ଶବ ବ୍ୟବଛେଦ ପାଇଁ ନିକଟରେ ଥିବା ଡାକ୍ତରଖାନାକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଛି ହୃଦଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏତେ ଟଙ୍କା ଆସିଲା କେଉଁଠୁ ତାହା ଜାଣିବା ପାଇଁ ପୁଲିସ ଏବେ ତାର ତଦନ୍ତ ଜାରି ରଖିଛି ।