ବାତ୍ୟାର ୧୫ ଦିନ ପରେ ବି ସୁଧୁରୁନି ବିପନ୍ନଙ୍କ ସ୍ଥିତି: ମୁଣ୍ଡ ଗୁଂଜିବାକୁ ଘର ନାହିଁ, ଅନ୍ୟ ଘରେ ମୁଲ ଲାଗି ପେଟ ପୋଷୁଛନ୍ତି ଲୋକେ

77

କନକ ବ୍ୟୁରୋ: ବାତ୍ୟାକୁ ୧୫ ଦିନ ହେଲା । ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି । କିନ୍ତୁ ଏବେ ବି ସରିନି ବିପନ୍ନଙ୍କ ଦୁଃଖ । ମୁଣ୍ଡ ଗୁଂଜିବାକୁ ଘର ନାହିଁ । ଫୋନିରେ ଘର ଉଡିଯାଇଥିଲେ ବି ଆଜି ଯାଏଁ ମରାମତି ବି ହୋଇପାରିନାହିଁ । ଅନ୍ୟ ଘରେ ମୁଲ ଲାଗି ମହିଳାଙ୍କ ଜଣ ପେଟ ପ୍ରତିପୋଷଣ କରୁଛନ୍ତି । ପାଖରେ କେହି ନଥିବାରୁ ସେ ବେସାହାର ହୋଇପଡିଛନ୍ତି ।

ଜି ଚେନ୍ନାମା ବୟସ ପାଖାପାଖି ୫୫ ହେବ । ଭୁବନେଶ୍ୱର ବାଣିବୀହାର ତେଲଗୁ ବସ୍ତିରେ ରୁହନ୍ତି । ପିଲାମାନେ କାମକୁ ଯାଇଛନ୍ତି ରୋଜଗାର କରିବାକୁ । ଆଉ ଘରେ ଏକୁଟିଆ ଅଛନ୍ତି ଚେନ୍ନାମା । ବାତ୍ୟା ଫୋନିରେ ତାଙ୍କ ଘର ଉଜୁଡିଯାଇଛି । ଘର ଭିତରେ ଖରା ପଡୁଥିବା ଚିତ୍ର ପ୍ରମାଣିତ କରୁଛି କି କେମିତି ଫୋନିରେ ପ୍ରଭାବିତ ହୋଇଥିଲା ଚେନ୍ନମାଙ୍କ ଘର । ବାତ୍ୟାର ୧୫ ଦିନ ପରେ ବି ତାଙ୍କ ପାଖରେ ପହଁଚିପାରିଲାନି ସହାୟତା । ଫୋନିର ତାଣ୍ଡବଲିଳାରେ ଭୁବନେଶ୍ୱରର ଅନେକ ଅଚଂଳ ବି ପ୍ରଭାବିତ ହୋଇଥିଲା ଅନେକ ପରିବାରର ମୁଣ୍ଡ ଉପରେ ଚାଳ ନାହିଁ । ଖାଇବାକୁ ବି ଘରେ ଦାନା ନାହିଁ । ଘର ଭାଗିଂଯାଇଛି । ପାଲ ଖଣ୍ଡେ ବି ମିଳିନି ।ଏମିତି କିଛି ପରିବାରର ନ୍ୟୁଜ କରୁ କରୁ ଚେନ୍ନେମାଙ୍କ ଘର ଉପରେ ଆମର ନଜର ପଡିଥିଲା । ଚେନ୍ନେମାଙ୍କ ଦେହ ଅସୁସ୍ଥ ଥିବା ବେଳେ ଖାଇବାକୁ ବି ଘରେ କିଛି ନାହିଁ ।

ବାତ୍ୟା ପରେ ଘର ଉପରୁ ଛପର ଉଡିଯାଇଛି । ଦିନରେ ବି ତାରା ଦେଖାଯାଉଥିବା ବେଳେ ,ମୁଣ୍ଡ ଫଟା ଖରାରେ ଘରେ ରହିବା ବି ଅସମ୍ଭବ ଏହି ଘରେ । ସେପଟେ ବାତ୍ୟା ପରେ ଘରର କାନ୍ଥ ବି ଭାଙ୍ଗି ଯାଇଛି ।ଏଭଳି ଅସୁରକ୍ଷିତ ଅବସ୍ଥାରେ ଜୀବନ କାଟୁଛନ୍ତି ସେ । ପାଖ ପଡୋଶୀ ମାନେ ଛିଡା ହେଉଛନ୍ତି ବୋଲି ଦିନକୁ ଦିଓଳି ଖାଇ ପାରୁଛନ୍ତି । ବାତ୍ୟା ପରେ ରିଲିଫ ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରିବା ପାଇଁ ସରକାରଙ୍କଙ୍କ ଆଦେଶ ପରେ ବି ପ୍ରଶାସନ କି କୋଣସି କର୍ମଚାରୀମାନେ ରିଲିଫ ଧରି ପହଂଚି ନାହାନ୍ତି ।