ସକାଳେ ଗିରଫ, ସଞ୍ଜରେ ଜେଲ: ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ଆଶୀର୍ବାଦ ବେହେରା

673

କନକ ବ୍ୟୁରୋ: ଜେଲ ଗଲେ ଆଶୀର୍ବାଦ ବେହେରା । ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜେଲ ଗଲେ । ସିବିଆଇ ସିଜେଏମରେ ଜାମିନ ଆବେଦନ ଖାରଜ ହେବା ପରେ ଜଲେ ଗଲେ । ଆସନ୍ତା ଅକ୍ଟୋବର ୧ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ଆଶୀର୍ବାଦ ।

ତେବେ ଅର୍ଥତତ୍ୱ ଚିଟଫଣ୍ଡ ସଂସ୍ଥା ଲିଙ୍କ୍ ଅଭିଯୋଗରେ ଆଜି ସିବିଆଇ ତାଙ୍କୁ ଗିରଫ କରିଥିଲା । ସକାଳେ ତାଙ୍କ କଟକସ୍ଥିତ ବାସଭବନକୁ ପଶି ଗିରଫ କରିଥିଲା ସିବିଆଇ । ଚିଟଫଣ୍ଡ୍ ଲିଙ୍କ୍ ନେଇ ପୂର୍ବରୁ ତାଙ୍କୁ ସିବିଆଇ ବହୁଥର ଡାକି ପଚରାଉଚରା କରିଥିଲେ ମଧ୍ୟ ଗିରଫ କରିନଥିଲା ।

ଚଳିତ ବର୍ଷ ସିବିଆଇ ଆଶୀର୍ବାଦଙ୍କ ନାଁରେ ଚିଟଫଣ୍ଡ ସଂପୃକ୍ତି ନେଇ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଥିଲା । ଏହା ପରେ ଆଜି ତାଙ୍କୁ ଗିରଫ କରିଥିଲା । ୨୦୧୧ ମସିହାରେ ଓଡିଶା ପ୍ରିମିୟର ଲିଗ୍ ବା ଓପିଏଲ୍ ରେ ଅର୍ଥଲଗାଇଥିଲା ଅର୍ଥତତ୍ୱ । ଓଡିଶା ରଣଜୀର ସ୍ପନସରସିପ୍ ସହିତ ଓପିଏଲ୍ ର ପ୍ରସାର ପାଇଁ ଓସିଏକୁ ଅର୍ଥତତ୍ୱ କୋଟିଏ ଟଙ୍କା ଦେଇଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଛି ସିବିଆଇ ।ସେପଟେ ଗିରଫ ହୋଇଥିବା ହୋଟେଲ ମାଲିକ କମଳାକାନ୍ତ ଦାଶ ମଧ୍ୟ ବିଚାର ବିଭାଗୀୟ ହାଜତରେ ରହିବେ ।