ପ୍ରେମିକାର ଟଏଲେଟ ଚୋରାଇ ନେଲେ ପ୍ରେମିକ ! ହେଲେ କାହିଁକି ?

38

ଆପଣମାନେ ବିଭିନ୍ନ ପ୍ରକାର ବ୍ରେକଅପ୍ ଘଟଣା ବିଷୟରେ ଶୁଣିଥିବେ। ବ୍ରେକଅପ୍ ପରେ ନିଜର ରାଗ ଜାହିର୍ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ପଦ୍ଧତି ଆପଣାଇ ଥାଆନ୍ତି। କିଏ ନିଜର ଗାର୍ଲଫ୍ରେଣ୍ଡ/ ବୟଫ୍ରେଣ୍ଡ ଦେଇଥିବା ଜିନିଷ ଓ ଉପହାରକୁ ଭାଙ୍ଗି ରାଗ ଶାନ୍ତ କରନ୍ତି ତ ଆଉ କିଏ ଗାର୍ଲଫ୍ରେଣ୍ଡ/ ବୟଫ୍ରେଣ୍ଡ ସାଙ୍ଗ ସହିତ ଡେଟ କରିବାକୁ ପ୍ରତିଶୋଧ ନିଅନ୍ତି। କେବଳ ଏତିକି ନୁହେଁ ଆଉ କେହି କେହି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ଦେଇ ରାଗ ଶାନ୍ତ କରୁଥିବାରୁ ଦେଖିବାକୁ ମିଳିଛି। ନିକଟରେ ଏକ ଅଦ୍ଭୁତ ବ୍ରେକଅପ୍ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣି ଆପଣ ନିଶ୍ଚିୟ ଆଶ୍ଚର୍ୟ୍ୟ ହୋଇଯିବେ।
ସୋସିଆଲ ନ୍ୟୁଜ ଏଗ୍ରିଗେଟର ରେଡିଟରେ ଯୁବତୀ ସୂଚନା ଦେଇ କହିଛନ୍ତି, ସେ ଯେତେବେଳେ ତାଙ୍କ ପ୍ରେମିକ ସହିତ ବ୍ରେକଅପ୍ କରିଥିଲେ ସେତେବେଳେ ତାଙ୍କ ପ୍ରେମିକ ରାଗରେ ତାଙ୍କ ଘରର ଟଏଲେଟ ଭାଙ୍ଗି ସାଙ୍ଗରେ ଚୋରାଇ ନେଇ ଚାଲି ଯାଇଛି।

ଯୁବତୀ ଏକ ଅଭିଯୋଗ ପତ୍ର ଲେଖି କହିଛନ୍ତି, ସେ ଗତକାଲି ନିଜର ପ୍ରେମିକ ସହିତ ବ୍ରେକଅପ୍ କରିଥିଲେ। ସେ ଯେତେବେଳେ ନିଜର ଜିନିଷ ପତ୍ର ଭରୁଥିଲା, ସେତେବେଳେ ତାଙ୍କର ନିଦ ଭାଙ୍ଗି ନଥିଲା ଫଳରେ ପ୍ରେମିକ ତାଙ୍କ ଟଏଲେଟ ଚୋରାଇ ନେଇ ଯାଇଛି । ଏଥିସହିତ ଯୁବତୀ ଏହାବି କହିଥିଲେ କି, କିଛିଦିନ ପୂର୍ବରୁ ତାଙ୍କ ଟଏଲେଟ ଭାଙ୍ଗି ଯାଇଥିଲା, ସେ ରହୁଥିବା ଘର ମାଲିକଙ୍କୁ ଏନେଇ ସୂଚନା ଦେଇ ନଥିଲେ। ଯୁବତୀଙ୍କ ପ୍ରେମିକ ହିଁ ତାଙ୍କ ଟଏଲେଟ ଠିକ୍ କରି ଦେଇଥିଲା। ତାଙ୍କ ପ୍ରେମିକ ପ୍ଲିବିଙ୍ଗର କାମ କରନ୍ତି, ସେଥିପାଇଁ ସେହିଁ ଟଏଲେଟକୁ ଠିକ୍ କରି ଦେଇଥିଲେ।

୧୦ମାସ ହେବ ଦୁହେଁ ଡେଟ କରୁଥିଲେ। ଗତ ଦୁଇମାସ ହେବ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ନେଇ କଳହ ଲାଗି ରହିଥିଲା। ଫଳରେ ଯୁବତୀ ବେକଅପ୍ କରିବା ପାଇଁ ସ୍ଥିର କରିଥିଲେ। ତେବେ ବ୍ରେକଅପ୍ ପରେ ଯୁବତୀଙ୍କ ପାଇଁ ତାଙ୍କ ପ୍ରେମିକ ଅନେକ ଟଙ୍କା ଖର୍ଚ୍ଚ କରିଥିବା କହି ପ୍ରେମିକା ଘରର ଟଏଲେଟକୁ ଭାଙ୍ଗି ସାଥୀରେ ନେଇ ଚାଲି ଯାଇଥିଲେ।