ହ୍ୱାଟସଆପରେ ଚାଲିଛି ମୃତ୍ୟୁର ଖେଳ ! ବ୍ଲୁ ହ୍ୱେଲକୁ ବଳିଗଲା ‘ମୋମୋ’ ଚ୍ୟାଲେଂଜ, ଚାର୍ଟିଂ ଜରିଆରେ ୟୁଜର୍ସଙ୍କୁ ଆତ୍ମହତ୍ୟା କରିବାକୁ ଉସକାଉଛି ଏହି ଗେମ୍

50

ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ କଥା ଆପଣଙ୍କର ମନେଥିବ ନିଶ୍ଚୟ । ଯାହାର ଶିକାର ହୋଇ ଅନେକ ନିରୀହ ଶିଶୁ ନିଜ ଜୀବନ ହାରିବାକୁ ବାଧ୍ୟ ହୋଇଥିଲେ । କାରଣ ଏହି ଖେଳରେ ରହିଥିଲା ଏଭଳି କିଛି ଟାକ୍ସ ଯାହାକୁ ପୁରଣ କରି କରି ଶେଷରେ ଚ୍ୟାଲେଂଜରକୁ ନିଜ ଜୀବନ ଦେବାକୁ ପଡୁଥିଲା । ତେବେ ଏହି ଭୟଙ୍କର ଖେଳ ପାଇଁ କେତେ ଯେ ବାପାମାଆ ନିଜ ସନ୍ତାନକୁ ହରାଇବାକୁ ପଡିଥିଲା ତାହା ମନେ ପଡିଗଲେ ଏବେବି ଲୋମ ଟାଙ୍କୁରୀ ଉଠେ । ପରବର୍ତ୍ତୀ ସମୟରେ ଏହି ଖେଳକୁ ବ୍ୟାନ ମଧ୍ୟ କରିଦିଆଯାଇଥିଲା ହେଲେ ଏହା ସତ୍ୱେ ଏହିଖେଳର ଭୟବହତା ଏବେବି ଲୋକଙ୍କ ମନରୁ ଲିଭିପାରିନାହିଁ । ତେବେ ବ୍ଲୁ ହ୍ୱେଲ ଭଳି ଆଉ ଏକ ମୃତ୍ୟୁର ଖେଳ ଏବେ ଆତଙ୍କ ଖେଳାଉଛି । ଯେଉଁଥିରେ ବ୍ଲୁ ହ୍ୱେଲ ଭଳି ମଧ୍ୟ ଅନେକ ଭୟଙ୍କର ଟାକ୍ସ ରହିଛି । ଆଉ ଏହି ଟାକ୍ସକୁ ପୁରଣ କରିବାକୁ ବାଧ୍ୟ କରାଯାଇଥାଏ ।

ବ୍ଲୁ ହ୍ୱେଲ ଗେମ ପରେ ଏବେ ସୋସିଆଲ ମିଡିଆରେ ଆଉ ଏକ ଚ୍ୟାଲେଂଜ ଭାଇରାଲ ହେଉଛି । ଯାହାକି ହ୍ୱାଟସଆପରେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆଉ ଏହି ଖେଳର ନାଁ ରହିଛି ମୋମୋ । ଏହି ଖେଳ ଆର୍ଜେଷ୍ଟିନା, ମେକ୍ସିକୋ, ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶମାନଙ୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହାକି ପିଲାମାନଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇ ଥାଏ । ତେବେ ଏହି ମୋମୋ ଚ୍ୟାଲେଂଜ କେଉଁଠୁ ଆସିଲା, ଏହାର ନିର୍ମାତା କିଏ , ଏସଂପର୍କରେ ଏଯାବତ କୌଣସି ବି ସୂଚନା ମିଳିପାରିନାହିଁ ।

ମୋମୋ ଚ୍ୟାଲେଂଜ କଣ

• ସୋସିଆଲ ମିଡିଆରେ ଏକ ହ୍ୱାଟସଆପ ନମ୍ବର ଭାଇରାଲ ହେଉଛି , ଯାହାକୁ ମୋମୋ ଚ୍ୟାଲେଂଜ ବୋଲି କୁହାଯାଉଛି । ଏହି ନମ୍ବରର ଏରିଆ କୋଡ ଜାପାନର ରହିଛି । ଦାବି ରହିଛି କି, ଯିଏ ବି ଏହି ନମ୍ବରରେ କଥା ହେଉଛି, ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛି ।

• କୁହାଯାଉଛି କି, ମୋମୋ ଚ୍ୟାଲେଂଜ ମଧ୍ୟ ବ୍ଲୁ ହ୍ୱେଲ ଗେମ ଭଳି ହିଁ ରହିଛି ଏବଂ ଏହା ମଧ୍ୟ ଲୋକଙ୍କୁ ମରିବାକୁ ଉସକାଇଥାଏ ।

କିଭଳି କାମ କରିଥାଏ

• ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସର୍ବପ୍ରଥମେ ୟୁଜର୍ସଙ୍କୁ ଏକ ଅଜ୍ଞାତ ନମ୍ବରରୁ ମେସେଜ କରିବାକୁ ଚ୍ୟାଲେଂଜ ଦିଆଯାଇଥାଏ ।

• ନମ୍ବର ସେଭ କରିବା ପରେ ଏହି ନମ୍ବରରୁ କଥା ହେବାକୁ ଚ୍ୟାଲେଂଜ ଦିଆଯାଇଥାଏ । ମେସେଜ କରିବା କ୍ଷଣି ହିଁ ଏହି ନମ୍ବରରୁ ୟୁଜରଙ୍କୁ ଅନେକ ଗୁଡିଏ ଭୟଙ୍କର ଫଟୋ ପଠାଯାଇଥାଏ ।

• ଏହାପରେ ୟୁଜରଙ୍କୁ କିଛି ଟାକ୍ସ ମଧ୍ୟ ଦିଆଯାଇଥାଏ, ଯାହାକୁ ନକଲେ ଧମକ ଦିଆଯାଇଥାଏ ।

ସାମ୍ନାକୁ କିଭଳି ଆସିଲା

• Buenos Aires Times ରେ ପ୍ରକାଶିତ ଖବର ମୁତାବକ, କିଛିଦିନ ତଳେ ଆର୍ଜେଂଟିନାରେ ଜଣେ ୧୨ ବର୍ଷର ପିଲା ଆତ୍ମହତ୍ୟା କରିଥିଲା । ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ମୋବାଇଲ ଫୋନରେ ନିଜର ଏକ ଭିଡିଓ ରେକଡ କରିଥିଲା ।

• ପୁଲିସର ସନ୍ଦେହ ରହିଛି କି, ପିଲାଟିକୁ ଆତ୍ମହତ୍ୟା କରିବାକୁ ଉସକା ଯାଇଥିଲା ଏବଂ ଜଣେ ୧୮ ବର୍ଷର ଯୁବକକୁ ପୁଲିସ ଖୋଜୁଛି , ଯିଏ କି ମୃତ ପିଲାଟିର ସଂପର୍କରେ ଥିଲା ।

• ପୁଲିସ କହିବା କଥା ହେଲା କି, ଉକ୍ତ ଯୁବକକୁ ଖୋଜିବା ପାଇଁ ପିଲାଟିର ମୋବାଇକୁ ହ୍ୟାକ କରାଯାଇଛି ଏବଂ ଉଭୟଙ୍କ ମଧ୍ୟରେ ଯାହାବି ଚାର୍ଟିଂ ହୋଇଛି ତାକୁ ବି ବାହାର କରାଯାଉଛି ।

• ସେହିପରି ପୁଲିସର ସନ୍ଦେହ ରହିଛି କି, ମୋମୋ ଚ୍ୟାଲେଂଜକୁ ପୂରା କରିବା ପାଇଁ ପିଲାଟିକୁ ନିଜ ଆତ୍ମହତ୍ୟା ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାକୁ କୁହାଯାଇଥିଲା ।

ଏହି ମୃତ୍ୟୁର ଖେଳରୁ ନିଜ ପିଲାଙ୍କୁ କିଭଳି ରକ୍ଷା କରିବେ

ବର୍ତ୍ତମାନ ଭାରତରେ ଏହି ମୃତ୍ୟୁର ଖେଳ ତଥା ମୋମୋ ଚ୍ୟାଲେଂଜର ଭୟ ନାହିଁ, ହେଲେ ଏହି ଖେଳ ସୋସିଆଲ ମିଡିଆ ଜରିଆରେ ବି ବ୍ୟାପିପାରେ । ଏଥିପାଇଁ ଏଥିରୁ ପିଲାମାନଙ୍କୁ କିଭଳି ରକ୍ଷା କରିବେ ସେନେଇ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ ।

• ଯଦି ଆପଣଙ୍କ ପିଲା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛି ତେବେ ତାଙ୍କ ଉପରେ ସବୁବେଳେ ନଜର ରଖନ୍ତୁ ।

• ପିଲାମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ କି ଯଦି ସେମାନଙ୍କ ନିକଟକୁ କୌଣସି ବି ଅଜ୍ଞାତ ନମ୍ବରରୁ ମେସେଜ ଆସୁଛି ତେବେ ସେ ନମ୍ବରକୁ ଆଭୋଏଡ କରନ୍ତୁ ।

• ସେହିପରି ଯଦି ପିଲାଙ୍କ ବ୍ୟବହାରରେ ହଠାତ୍ କିଛି ପରିବର୍ତ୍ତନ ପରିଲକ୍ଷୀତ ହେଉଛି ତେବେ ତୁରନ୍ତ କୌଣସି ଭଲ ମନସ୍ତତ୍ୱ ବିଶେଷଜ୍ଞ ସହ ଯୋଗାଯୋଗ କରନ୍ତୁ ।