ବିରୋଧୀଙ୍କୁ ଝଟକା ! ବିଜେଡିର କକ୍ଷତ୍ୟାଗ ପରେ, କଂଗ୍ରେସ କହିଲା, ସିବିଆଇ ଭୟ ଯୋଗୁଁ କକ୍ଷତ୍ୟାଗ କଲା ବିଜେଡି ।

28

ମୋଦି ସରକାରକୁ ବିଗତ ୪ ବର୍ଷ ଶାସନକାଳରେ ପ୍ରଥମଥର ପାଇଁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଛି । ତେବେ ଏହା ମୋଦିଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇଥିବାବେଳେ ବିରୋଧୀଙ୍କ ମୁଣ୍ଡ ବ୍ୟଥା କରାଇଛି ବିଜେଡି । ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ବିତର୍କ ହେଉଥିବା ବେଳେ ବିଜେଡି ଆଲୋଚନାରେ ଭାଗ ନନେବା ପରେ ବିରୋଧୀଙ୍କୁ ଅଡୁଆ କରିଛି । ଅନାସ୍ଥା ପ୍ରସ୍ତାବ ଆଲୋଚନାକୁ ନେଇ ବିଜେଡିର କକ୍ଷତ୍ୟାଗ ବିତର୍କ ଏବଂ ଭୋଟିଂ ଠାରୁ ନିଜକୁ ଦୂରେଇ ରଖିବା ସ୍ପଷ୍ଟ ହୋଇଛି ।

ବର୍ତ୍ତମାନ ମୋଦି ସରକାରଙ୍କ ବିରୋଧୀ ଦଳ ଭାବେ କଂଗ୍ରେସ, ଟିଏସପି, ଟିଡିପି, ଟିଆରଏସ, ଏନସିପି, ସପା, ଆଜେଡି, ଆପ୍ ଏବଂ ଅନ୍ୟାନ୍ୟ ଦଳଙ୍କ ସାଂସଦଙ୍କ ସଂଖ୍ୟା ୧୪୭ ରହୁଛି । ତେବେ ପୂର୍ବରୁ ଏଆଇଡିଏମକେ, ଶିବସେନା ଭୋଟିଂବେଳେ ଅନୁପସ୍ଥିତ ରହିବା ପାଇଁ ନିଷ୍ପିତ ନେଇଛନ୍ତି । ଅନ୍ୟପଟେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିବା ବିରୋଧୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଆଲୋଚନା ଭାଗ ନନେଇ ବିଜେଡି ଏବେ ଭୋଟିଂ ବେଳେ ଉପସ୍ଥିତ ରହିବ କି ନାହିଁ ଆକୁ ନେଇ ଦ୍ୱନ୍ଦରେ ବିରୋଧୀ । niranjan

କାରଣ ବିଜେଡି ଓ ଶିବସେନାରକୁ ମିଶାଇଲେ ୩୭ ଜଣ ସାଂସଦ ଭୋଟିଂରେ ଅନୁପସ୍ଥିତ ରହିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏବେ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ କରିଥିବା ବିଜେଡିକୁ ନେଇ ରାଜ୍ୟ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ନିଶାନା କରି କହିଛନ୍ତି ଯେ, ବିଜେପି ଠାରୁ ସବୁବେଳେ ସମଦୂରତାରେ ରହୁଥିବା ବିଜେଡି କିନ୍ତୁ ଭିତରେ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି । ଲୋକଙ୍କୁ ଠକିବା ପାଇଁ ସମଦୂରତା ବିଜେଡିର ଏକ ସ୍ଲୋଗାନ । ବିଜେଡିର ସିବିଆଇ ଭୟ, ଆଉ ବିଜେପିର ସଂଖ୍ୟା ଭୟ ଯୋଗୁଁ ଉଭୟ ଏକାଠୀ ବୋଲି ସମାଲୋଚନା କରିଛନ୍ତି ପିସିସି ସଭାପତି । ସେପଟେ ବିଜେଡିର ବରିଷ୍ଠ ନେତା ଦାମଦୋର ରାଉତ କହିଛନ୍ତି, ଆଲୋଚନାରେ ଭାଗ ନେଲେ କିଛି ଲାଭ ହେବନାହିଁ । ବିଜେପି ଠାରୁ ବିଜେଡି ସମଦୂରତା ରଖିଆସୁଛି । ୨୦୦୯ ଠାରୁ ସମଦୂରତାରେ ଅଛି ବିଜେଡି ବୋଲି କହିଛନ୍ତି ଦାମ ରାଉତ ।