ଟିଭି ସୋ’ ‘ବେପନାହ’ରେ ନଜର ଆସିବେ ଜେନିଫର ୱିଙ୍ଗେଟ

30

ନିଜର ନିଚ୍ଛକ ଅଭିନୟରେ ଦର୍ଶକଙ୍କ ହୃଦୟ କିଣିଥିବା ଜେନିଫର ୱିଙ୍ଗେଟ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରିଛନ୍ତି । ରିଅଲ ଲାଇଫର କାହାଣୀକୁ ପଛରେ ପକାଇ ମାଡ଼ି ଚାଲିଛନ୍ତି ରିଲ୍ ଲାଇଫର କାହାଣୀ ପଛରେ । ସେ କସୌଟି ଜିନ୍ଦେଗି କେ, କର୍ଥିକା,ଦିଲ ମିଲ ଗୟେ, ସରସ୍ୱତୀ ଚନ୍ଦ୍ର ଭଳି ମେଗା ଧାରାବାହିକରେ ଅଭିନୟ କରି ସାରିଛନ୍ତି ।

ଏବେ ସୋନି ଟିଭିରେ ପସାରିତ ହେଉଥିବା ସୋ’ ‘ବେହଦ’ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେ ଇଣ୍ଡିଆନ ଟେଲିଭିଜନ ଏକାଡେମି ତରଫରୁ ବେଷ୍ଟ ଅଭିନେତ୍ରୀର ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୨ରେ ୱାର୍ଲଡସ ସେକ୍ସି ଓମେନଙ୍କ ମଧ୍ୟରେ ୨୧ତମ ରାଙ୍କରେ ମଧ୍ୟ ଆସିଥିଲେ । ୨୦୧୨ରେ ‘ରାଜା କୋ ରାନୀ ସେ ପ୍ୟାର ହୋ ଗୟା’ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ଜେନିଫର ୧୨ ବର୍ଷ ବୟସରେ ‘କୁଛ ନା କହୋ’ରେ ସେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ‘ସାକାଲାକା ବୁମ ବୁମ’ ରେ ମଧ୍ୟ ଅଭିନୟ କରିଥିଲେ । ଏବେ ଜେନିଫର ଏକ ନୂଆ ଧାରାବାହିକ ‘ବେପନାହ’ ରେ ନଜର ଆସିବେ । ତାହା କଲର୍ସରେ ପ୍ରସାରିତ ହେବାକୁ ଯାଉଛି । ତେବେ ଟିଭିରେ ତାଙ୍କ ସୋ’ର ପ୍ରମୋଶନ ଜାରି ରହିଛି । ପ୍ରମୋ ଦେଖି ଜଣାପଡ଼ୁଛି ଏଥିରେ ଦର୍ଶକ ଅନେକ ଟ୍ୱିଷ୍ଟ ଦେଖିବାକୁ ପାଇବେ । ଏଥିରେ ସେ ମୁଖ୍ୟ ଚରିତ୍ରରେ ନଜର ଆସିବେ,ଯାହାର ନାମ ଜୋୟା । ପ୍ରମୋରେ ଜେନିଫରଙ୍କୁ ରୋମାନ୍ସ କରିବାର ଦେଖିବାକୁ ମିଳୁଛି । କିନ୍ତୁ ପ୍ରମୋ ଦେଖି ଲାଗୁଛି ଏହା ଏକ ଥ୍ରୀଲର ଷ୍ଟୋରୀ ।