ମହାବାହୁ ବାହୁଡ଼ିବା ପରେ…ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଭାଇଚାରାର ନିଦର୍ଶନ । ସ୍ୱଚ୍ଛତା ଦେଖେନାହିଁ କୌଣସି ଧର୍ମ ।

108

କନକ ବ୍ୟୁରୋ: ଅନେକ ସମୟରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟଙ୍କ ମଧ୍ୟରେ ଭାଇଚାରା ନଥାଏ ବୋଲି ଅନେକ ମହଲରେ ଚର୍ଚ୍ଚା ହୋଇଥାଏ । ହେଲେ କାଳିଆ ପାଇଁ ଏକାଠୀ ହେଲେ ହିନ୍ଦୁ , ମୁସଲମାନ ଭାଇଭଉଣୀ । ଏଭଳି କିଛି ଘଟଣା ଘଟିଛି ବାରିପଦାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ । ସୁଚନା ମୁତାବକ ବାରିପଦାରେ ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା ବିଳମ୍ବିତ ରାତ୍ରିରେ ଶେଷ ହେବାପରେ ଜନସମାଗରେ ରାସ୍ତାଘାଟ ଅପରିଷ୍କାର ହୋଇପଡିଥିଲା । ଆଉ ସେହି ରାସ୍ତାଘାଟକୁ ପରିଷ୍କାର କରିବା ପାଇଁ ହାତରେ ହାତ ମିଳାଇଥିଲେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକ । ଲାଗ ପଡିଲେ ସ୍ୱଚ୍ଛ ଭାରତ ଦିଗରେ ଆଉ ଏକ ଉଦାହରଣ ପାଲଟିବା ପାଇଁ ।

ଏବେ ଏହି ଘଟଣା ହିନ୍ଦୁ ଓ ମୁସଲମା ସମ୍ପ୍ରଦାୟ ମଧ୍ୟରେ ଭାଇଚାରାର ଏକ ଅନନ୍ୟ ଗାଥା ବହନ କରୁଛି । ଯାହାକୁ ନେଇ କେବଳ ରାଜ୍ୟ ନୁହେଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ସେ ବିନୋଦିଆ କାଳିଆ ପାଖରେ ଯେମିତି ନଥାଏ କୌଣସି ଜାତି, ବର୍ଣ୍ଣର ଭେଦ ଭାବ । ସେମିତି ବାରିପଦାର ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ନାହିଁ କିଛି ଦୂରତା କି ଭେଦଭାବ । ତେବେ ଉପସ୍ଥିତ ଜଣେ ମୁସଲମାନ ଭାଇ ପ୍ରତିକ୍ରିୟାରେ କହିଛନ୍ତି ଯେ, ସ୍ୱଚ୍ଛତା ପାଇଁ କୌଣସି ଜାତି କି ଧର୍ମର ଆବଶ୍ୟକତା ନାହିଁ, ଯେଉଁଥି ପାଇଁ ଆମେ ଏକାଠୀ ହୋଇ ରାସ୍ତାକୁ ପରିଷ୍କାର କରିଛୁ । ଆଉ ଏଭଳି କାର୍ଯ୍ୟ କରି ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ବୋଲି ଜହିଛନ୍ତି । ଏହାସହ ଦେଶରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଆମେ ହିନ୍ଦୁ ଓ ମୁସଲମାନ ପାଇଁ ଏକାଠୀ ହୋଇଛୁ ।

ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ମହାବାହୁଙ୍କ ବାହୁଡ଼ା ଯାତ୍ରା ବିଳମ୍ବିତ ରାତ୍ରିରେ ଶେଷ ହୋଇଥିଲେ ମଧ୍ୟ ରାସ୍ତା ଘାଟ ସଫା କରିବା ପାଇଁ ଅଣ୍ଟା ଭିଡ଼ିଲେ ହିନ୍ଦୁ ମୁସଲମାନ ଭାଇ । ଆଉ ସଫା କଲେ ଜନସମାଗମରେ ଅପରିଷ୍କାର ହୋଇଥିବା ବାରିପଦା ଶ୍ରୀମନ୍ଦିରକୁ ଯାଉଥିବା ରାସ୍ତାଘାଟ । ଏମିତିକି ପୂର୍ବରୁ ଅନେକ ସ୍ଥାନରେ, ଯେଉଁଠି ହିନ୍ଦୁ ଓ ମୁସଲମାନ ଭାଇ ଓ ଭଉଣୀ ମାନେ ମିଶିକରି ଅନେକ ପର୍ବ ପାଳନ କରିଥାନ୍ତି । ହେଲେ ସ୍ୱଚ୍ଛ ଭାରତ ଅଭିଯାନକୁ ଏଭଳି ଗୁରୁତ୍ୱ ଦେଇ ଏକାଠୀ ହେବା ଯାହା ଏକ ଉଦାହରଣ ପାଲଟିଛି ।