ମହାରଥୀଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା । ଜାଣନ୍ତୁ. କେଉଁ କେଉଁ ଦଫା ଲଗାଇଲା ପୋଲିସ

1,297

କନକ ବ୍ୟୁରୋ: ପୁଣି ଅଡୁଆରେ ପ୍ରଦୀପ ମହାରଥୀ । ଗିରଫ ପରେ ପ୍ରଦୀପ ମହାରଥୀଙ୍କୁ ପିପିଲି ଜେଏମଏଫସି କୋର୍ଟକୁ ଚାଲାଣ କରିଛି ପିପିଲି ପୁଲିସ । ଫାର୍ମ ହାଉସରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗରେ ପ୍ରଦୀପ ମହାରଥୀଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । ଏହାସହ ତାଙ୍କ ବିରୋଧରେ ହତ୍ୟା ଭଳି ସାଙ୍ଘାତିକ ଦଫା ଲଗାଇଛି ପୁଲିସ । ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୪୭, ୧୪୮, ୧୮୮, ୨୯୪, ୩୪୧, ୧୫୩, ୩୩୩, ୧୭୧ ବି, ୫୦୬, ୩୦୭, ୧୪୯, ୧୨୩ ଲୋକ ପ୍ରତିନିଧି ଆଇନ୍ ଦଫା ଲାଗିଛି । ପିପିଲିରେ ଫାର୍ମ ହାଉସ ଯାଂଚ କରିବାକୁ ଯିବା ବେଳେ ଫ୍ଲାଇଂ ସ୍କାଡ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ର ଓ ତାଙ୍କ ଟିମ୍ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ରମଣରେ ମହାରଥୀଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି ଡକ୍ଟର ଉମାଶଙ୍କର ଦାସ କହିଛନ୍ତି । ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ତାଙ୍କ କର୍ମୀମାନେ ଫ୍ଲାଇଂ ସ୍କାର୍ଡ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।

ଦେଖନ୍ତୁ କେଉଁ କେଉଁ ଦଫା ମହାରଥୀଙ୍କ ବିରୋଧରେ ଲଗାଇଛି ପୋଲିସ

୩୦୭-ହତ୍ୟା ପାଇଁ ଉଦ୍ୟମ
୩୪୧-ବେଆଇନ ଭାବେ ଅଟକ ରଖି ଆକ୍ରମଣ କରିବା
୧୪୭-ଦଙ୍ଗା ସୃଷ୍ଟି ପାଇଁ ଉଦ୍ୟମ କରିବା
୧୪୮-ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆକ୍ରମଣ କରିବା
୧୪୯-ଦଳବଳ ନେଇ ଆକ୍ରମଣ କରିବା
୧୭୧-ବି-ଲାଂଚ ଦେବାକୁ ଉଦ୍ୟମ କରିବା
୧୮୮- ସରକାରୀ କର୍ମଚାରୀଙ୍କ କାମକୁ ଅବମାନନା କରିବା
୨୯୪- ଅପଶଦ୍ଧ ପ୍ରୟୋଗ ଓ ଅଶାଳୀନ ଇଂଗୀତ କରିବା