ପୁଣି ବିମାନରେ ଯାତ୍ରା କଲେ ସାଂସଦ ରବୀନ୍ଦ୍ର ଗାଏକୱାର୍ଡ ! କଟକଣା ହଟିବା ପରେ ଏୟାର ଇଣ୍ଡିଆ ବିମାନରେ ଗଲେ ଦିଲ୍ଲୀ

23

କନକ ବ୍ୟୁରୋ : ବିମାନ କର୍ମଚାରୀଙ୍କ ଚାପୁଡା ମାରି ବିବାଦୀୟ ହୋଇଥିବା ଶିବସେନା ସାଂସଦ ପୁଣି ବିମାନରେ ଉଡିଲେ । ଆଜି ସକାଳ ୭ଟା ୪୦ରେ ସାଂସଦ ରବିନ୍ଦ୍ର ଗାଏକୱାର୍ଡ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ସବୁଠାରୁ ବଡ କଥା ହେଉଛି, ଯେଉଁ ବିମାନର କର୍ମଚାରୀଙ୍କୁ ଗାଏକୱାର୍ଡ ଚାପୁଡା ମାରିଥିଲେ ସେହି ବିମାନରେ ହିଁ ଆଜି ଯାତ୍ରା କରିଛନ୍ତି ।

ମାର୍ଚ୍ଚ ୨୩ ତାରିଖରେ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଚାପୁଡା ମାରି ବିବାଦୀୟ ହୋଇପଡିଥିଲେ ଶିବସେନା ସାଂସଦ । ଗତ ୨୪ ତାରିଖରୁ ରବିନ୍ଦ୍ର ଗାଏକୱାର୍ଡଙ୍କ ବିମନ ଯାତ୍ରା ଉପରେ କଟକଣା ଲଗାଇଥିଲେ ବିମାନ କମ୍ପାନୀ । ଏହାପରେ ସେ ବିଭିନ୍ନ ସ୍ଥାନକୁ ଟ୍ରେନ ଯୋଗେ ଯାତ୍ରା କରୁଥିଲେ ।

ଏଫଆଇଏ କଟକଣା ଲାଗୁ କରିବା ପରେ ଶିବସେନା ସାଂସଦ ସଂସଦରେ କ୍ଷମାମାଗିଥିଲେ । ପରେ ତାଙ୍କ ବିରୋଧରେ ବିମାନ କମ୍ପାନୀ ଲଗାଇଥିବା କଟକଣା କୋହଳ କରିଥିଲେ । ତେବେ କଟକଣା କୋହଳ ହେବା ପରେ ଆଜି ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଯାତ୍ରା କରିଛନ୍ତି ସାଂସଦ ରବିନ୍ଦ୍ର ଗାଏକୱାର୍ଡ ।